Home ଆମ ପର୍ବ ପର୍ବାଣୀ ମା ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ମା ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

235

ଯାଜପୁର/କଟକ ୧୪ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଯାଜପୁରର ଅଧିଷ୍ଟାତ୍ରୀ ମା’ ବିରଜା ଙ୍କ ଶାରଦୀୟ ଦୁର୍ଗା ପୂଜା ଅବସରରେ ପ୍ରତି ବର୍ଷ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି। ଚଳିତ ବର୍ଷ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା କରୋନା କଟକଣା ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରଥଯାତ୍ରା ନହେବାର ପରିସ୍ଥିତି ସୃଷ୍ଟି ହୋଇଛି। କରେନା କଟକଣା ଗାଇଡଲାଇନ ଭିତରେ ରଥଯାତ୍ରା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ମାନ୍ୟବର ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି।ଆବେଦନକାରୀ ମାନ୍ୟବର ଆଦାଲତଙ୍କୁ ସେମାନଙ୍କ ନିବେଦନରେ ରଥଯାତ୍ରା ବନ୍ଦ ହୋଇଗଲେ ଧର୍ମୀୟ ଭାବନା କୁଠାରଘାତ ହେବା ସହ ଦୀର୍ଘ ବର୍ଷର ପରମ୍ପରା ଛିନ୍ନ ହେବ। ଅନ୍ୟ କୌଣସି ଶକ୍ତି ପୀଠରେ ରଥଯାତ୍ରା ହେଉନଥିବା ବେଳେ ତାହା କେବଳ ବିରଜାକ୍ଷେତ୍ରରେ ମାଙ୍କ ରଥଯାତ୍ରା କରାଯାଏ। ତାହାକୁ ବନ୍ଦ କରିବା ଉଚିତ ନୁହଁ ବୋଲି ମନ୍ଦିର ସେବାୟତ ପରିଷଦ ନିବେଦନରେ ଦର୍ଶାଇ ଯେଉଁ ପରି ଭାବେ ମାନ୍ୟବର ହାଇକୋର୍ଟ ଓ ସୁପ୍ରମିକୋର୍ଟ ପୁରୀ ରଥଯାତ୍ରା ହେବା ଉପରେ ବିଚାର କରି ରାୟ ପ୍ରକାଶ କରିଥିଲେ ଯାଜପୁରରେ ବି ସମାନ ଢ଼ଙ୍ଗରେ କରୋନା କଟକଣା ଭିତରେ ରଥଯାତ୍ରା କରିବାକୁ ମାନ୍ୟବର ଆଦାଲତ ଅନୁମତି ପ୍ରଦାନ କରିବା ପାଇଁ ରଜୁ ହୋଇଥିବା ମାମଲାରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.