Home କେନ୍ଦୁଝର ମା’ କଲରାଇ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ମା’ କଲରାଇ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

199

ହାଟଡିହି -୨ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମା’ କଲରାଇ ଚ୍ୟାରିଟେବୁଲ ଟ୍ରଷ୍ଟ ବାଙ୍ଗାଲୋର ପକ୍ଷରୁ ହାଟଡିହି ବ୍ଲକ ମଉଦା ଗ୍ରାମରେ କରୋନା ମୁକାବିଲା ଲାଗି ଜନସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହାଇଯାଇଛି । ଆଜି ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ରଣଜିତ ସ୍ୱାଇଁ, ଅରୁଣ କୁମାର ଜେନା, ଜଗନ କୁମାର ନାୟକ, ପ୍ରକାଶ କୁମାର ନାୟକ ପ୍ରମୁଖ ବନ୍ତ ବ୍ଲକ ଅଢ଼ାଳପଙ୍କ ଓ ହାଟଡିହି ବ୍ଲକର ମଉଦା ଗ୍ରାମରେ ପହଞ୍ଚି ଘରଘର ବୁଲି ଗରିବ ଲୋକମାନଙ୍କୁ ଚାଉଳ, ଡାଲି, ସାନିଟାଇଜର, ମାସ୍କ ଆଦି ବଣ୍ଟନ କରିବା ସହିତ କରୋନା ମୁକାବିଲା ପାଇଁ କିଭଳି ସାମାଜିକ ଦୁରତ୍ୱ ରକ୍ଷା କରିବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ବିଶେଷକରି ଏବେ ଗାଁ ଗାଁରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏବେ ସମସ୍ତେ ସଚେତନ ହେଲେ ଯାଇ କରୋନା ବିରୁଦ୍ଧରେ ମୁକାବିଲା କରିପାରିବା ବୋଲି ଲୋକମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.