Home ଜିଲ୍ଲା ପରିକ୍ରମା ମାୟା ନିଦ୍ରା ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ସେବା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାୟା ନିଦ୍ରା ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ସେବା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

6

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାୟା ନିଦ୍ରା ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ସେବା ଶିବିର ଓ ବୃକ୍ଷ୍ ରୋପଣ କାର୍ଯ୍ୟକ୍ରମ ଭଦ୍ରକ ବ୍ଲକ ଅନ୍ତର୍ଗତ ଅର୍ଣ୍ଣ ପାଳ ସ୍ଥିତ ମଧୁସୂଦନ ପୁର ଗ୍ରାମ ରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କ୍ୟାମ୍ପ ଦିନ ୯ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ପରିପ୍ରେକ୍ଷୀରେ ପ୍ରାୟ ୧୫୦ ରୋଗୀ ନିଜ ନିଜର ରୋଗର ଲକ୍ଷଣ କହି ଔଷଧ ନେଇଥିଲେ। ଏହାଛଡା ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ପରୀକ୍ଷା ବିନା ମୂଲ୍ୟ ରେ କରାଯାଇ ମାଗଣା ରେ ଔଷଧ ବିତରଣ କରାଯାଇ ଥିଲା। ବିଭିନ୍ନ ରୋଗ ତଥା ମଧୁମେହ, ଆଣ୍ଠୁ ଗଣ୍ଠି ରୋଗ, ରକ୍ତ ଚାପ ପ୍ରମୁଖ ପରୀକ୍ଷା କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମାୟା ନିଦ୍ରା ଫାଉଣ୍ଡେସନ ର ପ୍ରତିଷ୍ଠାତା ଡ଼କ୍ଟର ଶ୍ରୀକାନ୍ତ ବାରିକ୍‌। ପରିଚାଳନା କରିଥିଲେ ଡ଼କ୍ଟର ନିର୍ମଳ ପଣ୍ଡା । ଉକ୍ତ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବତନ ପୋଲିସ ଡିଜି ତଥା ମାନବାଧିକାର କମିଶନର ଡ଼କ୍ଟର ଗୋପ ବନ୍ଧୁ ମଲ୍ଲିକ, ଜେହୋଭା ଗ୍ରୁପ ର ସମ୍ପାଦକ ନୃସିଂହ ନାଥ ନନ୍ଦ। ପୂର୍ବତନ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଡାକ୍ତର ସୁଦର୍ଶନ ବାରିକ୍‌, ରେଭେନ୍ସା ବିଶ୍ୱବିଦ୍ୟାଳୟ ର ପ୍ରଫେସର ନିରଞ୍ଜନ ବାରିକ୍‌, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ର ପୂର୍ବତନ ପରିଚାଳକ ବସନ୍ତ ଦାସ , ପୂର୍ବତନ ପ୍ରଧାନ ଶିକ୍ଷକ ବାଦଲ ମହାପାତ୍ର ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ସାମଲ, ଧୁଶୁରି ପ୍ରେସ ୟୁନିଅନ ର ସଭାପତି ସନ୍ତୋଷ ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ,ସମାଜ ସେବୀ ରାଜେନ୍ଦ୍ର ପରିଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ରାଉତ, ସମାଜସେବୀ ସରିତ ନାୟକ, ନିର୍ମଳା ବାରିକ୍‌, ତପସ୍ୱିନୀ ବାରିକ୍ ଓ ବସନ୍ତ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.