Home Top News ମାଡ଼ି ଆସୁଛି ପୁଣି ଏକ ବାତ୍ୟା ! ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ...

ମାଡ଼ି ଆସୁଛି ପୁଣି ଏକ ବାତ୍ୟା ! ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ସାଇକ୍ଲୋନନ୍ ଆଲର୍ଟ

140

ଭୁବନେଶ୍ୱର ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଉତ୍ତର ଏବଂ ତଲଗ୍ନ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଅବପାତ କିମ୍ବା ଡିପ୍‌ ଡିପ୍ରେସନ୍, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ ଏବଂ ଏହା ୨୬ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା କାଲିଙ୍ଗପାଟନମ୍ ଆଖପାଖରେ ଦକ୍ଷିଣ ଓଡିଶା କିମ୍ବା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ପ୍ର ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଏହି ଅବପାତ ବର୍ତ୍ତମାନ ଗୋପାଳପୁର (ଓଡିଶା) ର ଠାରୁ ପ୍ରାୟ ୫୧୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଏବଂ କଳିଙ୍ଗପାଟନମ୍ (ଆନ୍ଧ୍ରପ୍ରଦେଶ) ର ୫୯୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବରେ ଅବସ୍ଥିତ ଅଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହା ପ୍ରାୟ ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ – ଦକ୍ଷିଣ ଓଡ଼ିଶା ଉପକୂଳର ବିଶାଖାପାଟନମ୍ ଏବଂ ଗୋପାଳପୁର ମଧ୍ୟରେ କଳିଙ୍ଗପାଟନମ୍ ମଧ୍ୟରେ ୨୬ ସେପ୍ଟେମ୍ବର ୨୦୨୧ ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।

ଏହାର ପ୍ରଭାବରେ ଆଜି ପାଇଁ ପାଣିପାଗ ସୂଚନା

ସାମ୍ଭାବ୍ୟ ସାମୁଦ୍ରିକ ଝଡ଼ର ପ୍ରଭାବରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଏବଂ କଟକ ଜିଲ୍ଲା ଉପରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂଜାରୀ କରାଯାଇଛି।

ଆସନ୍ତା କାଲି ପାଇଁ ୨ୟ ଦିନ – ୨୬.୦୯ ୦୮୩୦ ରୁ ୨୭.୦୯ ୦୮୩୦ ପର୍ଯ୍ୟନ୍ତ

ରେଡ୍‌ ୱାର୍ଣ୍ଣିଂ

କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ଏହି ଜିଲ୍ଲାଗୁଡ଼ିକୁ ରେଡ୍‌ ୱାର୍ଣ୍ଣିଂଜାରୀ କରାଯାଇଛି।

ଅରେଞ୍ଜ ୱାର୍ଣ୍ଣିଂ

ପୁରୀ, ଖୋର୍ଦ୍ଧା, ନୟାଗଡ଼, ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂଜାରୀ କରାଯାଇଛି।

ତେଣୁ ଏହି ଜିଲ୍ଲାଗୁଡ଼ିକରେ ସତର୍କ ସୂଚନା ଜାରୀ କରାଯାଇଛି।

ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବର୍ଷା ପାଣି ଭରିଯିବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ସ୍ଥାନୀୟ ବନ୍ୟା ହେବାର ମଧ୍ୟ ଚେତାବନୀ ଦେଇଛି ବିଭାଗ। ଅସୁରକ୍ଷିତ କୋଠା ପାଇଁ ସତର୍କ ରହିବାକୁ କୁହାଯାଇଛି। କଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ଏହା ବ୍ୟତୀତ ସହରାଞ୍ଚଳରେ ଜଳମଗ୍ନଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖଯିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଜଳମଗ୍ନ ହେତୁ କେତେକ ଅଞ୍ଚଳରେ ଉଦ୍ୟାନ କୃଷି ଫସଲର କ୍ଷତି ହେବାର ସମ୍ଭାବନା ରହିଛି।

ୟେଲୋ ୱାର୍ଣ୍ଣିଂ

କେନ୍ଦ୍ରାପଡା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୁଆପଡା ଜିଲ୍ଲା ଉପରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

ତୃତୀୟ ଦିନ – (୨୭.୦୯ ୦୮୩୦ ରୁ ୨୮.୦୯ ୦୮୩୦ ପର୍ଯ୍ୟନ୍ତ)

ଅରେଞ୍ଜ ୱାର୍ଣ୍ଣିଂ

କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବର୍ଷା ପାଣି ଭରିଯିବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ସ୍ଥାନୀୟ ବନ୍ୟା ହେବାର ମଧ୍ୟ ଚେତାବନୀ ଦେଇଛି ବିଭାଗ। ଅସୁରକ୍ଷିତ କୋଠା ପାଇଁ ସତର୍କ ରହିବାକୁ କୁହାଯାଇଛି। କଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ଏହା ବ୍ୟତୀତ ସହରାଞ୍ଚଳରେ ଜଳମଗ୍ନଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖଯିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଜଳମଗ୍ନ ହେତୁ କେତେକ ଅଞ୍ଚଳରେ ଉଦ୍ୟାନ କୃଷି ଫସଲର କ୍ଷତି ହେବାର ସମ୍ଭାବନା ରହିଛି।

ୟେଲୋ ୱାର୍ଣ୍ଣିଂ

କନ୍ଧମାଳ, ନୁଆପଡା, ବୌଦ୍ଧ, ସୋନପୁର, ଗଞ୍ଜାମ, ଗଜପତି ଏବଂ ନୟାଗଡ଼ ଜିଲ୍ଲାରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

୪ର୍ଥ ଦିନ (୨୮.୦୯ ୦୮୩୦ ରୁ ୨୯.୦୯ ୦୮୩୦ ପର୍ଯ୍ୟନ୍ତ) :

ୟେଲୋ ୱାର୍ଣ୍ଣିଂ

କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ଏବଂ ନୁଆପଡା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

ପବନ ୱାର୍ଣ୍ଣିଂ ଏବଂ ମତ୍ସ୍ୟଜୀବୀ ୱାର୍ଣ୍ଣିଂ: ପବନ ୱାର୍ଣ୍ଣିଂ ପବନର ବେଗ

୨୫- ସକାଳରୁ ଓଡ଼ିଶା ଉପକୂଳରେ ଏବଂ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ଏବଂ ପବନର ଝଟକା ପବନ ୬୦ କିଲୋମିଟର ବେଗରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ବୃଦ୍ଧିପାଇ ୨୬ ମଧ୍ୟରାତ୍ର ପର୍ଯ୍ୟନ୍ତ ଦକ୍ଷିଣ ଓଡିଶା ଉପକୂଳରେ ପବନର ବେଗ ୭୦-୮୦ ବେଗରେ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି।

୨୬ ତାରିଖ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ୯୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ ବୋଲି ମଧ୍ୟ ଆକଳନ କରିଛି ପାଣିପାଗ ବିଭାଗ।

ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ୭୦-୮୦ କିଲୋମିଟର ବେଗରେ ଏବଂ ଝଟକା ପବନର ବେଗ ୭୦ କିଲୋମିଟର ବେଗ ପର୍ଯ୍ୟନ୍ତ ପହଂଚିପାରେ ବୋଲି ଆକଳନ କରାଯାଇଛି।

ତେବେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଏବଂ କନ୍ଧମାଳରେ ୨୬- ସକାଳରୁ ପବନ ବହିବ ଏବଂ ଏହାର ବେଗ ୪୦-୫୦ କିଲୋମିଟର ହୋଇପାରେ ସେହି ସମୟ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକର ଉପକୂଳରେ ୪୦-୫୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ।

ମତ୍ସ୍ୟଜୀବୀମାନଙ୍କୁ ୨୭ ସେପ୍ଟେମ୍ବର, ୨୦୨୧ ପର୍ଯ୍ୟନ୍ତ ଓଡ଼ିଶା, ଉତ୍ତର-ପଶ୍ଚିମ ଉପକୂଳ ଏବଂ ପଶ୍ଚିମବଙ୍ଗର ବଙ୍ଗୋପସାଗରରେ ଥିବା ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.