Home ଓଡ଼ିଶା ମାହାଙ୍ଗା ବିଜେପିକୁ ଶକ୍ତ ଧକ୍କା : ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ 

ମାହାଙ୍ଗା ବିଜେପିକୁ ଶକ୍ତ ଧକ୍କା : ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ 

122

କଟକ :୦୩/୧୨(ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେପି ସଂକେତ ପଦ୍ମ ରୁ ପାଖୁଡା ଖସିବାରେ ଲାଗିଛି। ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ ଟାଣୁଆ ଯୁବ ନେତା ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ସେକ୍ ଜାହିର ମହମ୍ମଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ତଥା ନିଶ୍ଚିନ୍ତକୋଇଲି ବ୍ଲକରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ସେ ଆନୁଷ୍ଠାନିକ ଭାବେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ବହୁ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହାଦ୍ୱାରା ବିଜେଡି ରେ ଶକ୍ତି ବୃଦ୍ଧି ହେବା ସହ ବିଜେପି କ୍ଷତିଗ୍ରସ୍ତ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.