Home ଜିଲ୍ଲା ପରିକ୍ରମା ମାସ୍କ ପିନ୍ଧିନଥିବା ସ୍ୱାସ୍ଥ୍ୟକର୍ମୀ ଙ୍କ ଠାରୁଆଦାୟ ହେଲା ଏକହଜାର ଟଙ୍କା ଜରିମାନା

ମାସ୍କ ପିନ୍ଧିନଥିବା ସ୍ୱାସ୍ଥ୍ୟକର୍ମୀ ଙ୍କ ଠାରୁଆଦାୟ ହେଲା ଏକହଜାର ଟଙ୍କା ଜରିମାନା

22

ମାଲକାନଗିରି,୨୮ । ୪ (ଓଡିଆ ପୁଅ ) କରୋନା ସଂକ୍ରମଣରୁ ସୁର କ୍ଷିତ ରହିବା ପାଇଁ ଜନସାଧରଣଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ କୋଭିଡ ନିୟମ ପାଳନ କରିବା,ମାସ୍କ ପିନ୍ଧିବା,ସାମାଜିକ ଦୂରତା ଅବଲମ୍ବନକରିବା ପାଇଁ ବାର୍ତାଦିଆଯାଉଥିବା ବେଳେ ଜଣେ ସ୍ୱାସ୍ଥ୍ୟକର୍ମୀ କୋଭିଡ ନିୟମ ଉଲଙ୍ଘନ କରି ଏକହଜାର ଟଙ୍କା ତଣ୍ଡ ଗଣିଛନ୍ତି । ମାଲକାନଗିରି ଜିଲ୍ଲା ଗନ୍ଧିପାଲି ଗ୍ରାମ ନିକଟରେ ଥିବା ବିଇଡି କଲେଜ ପରିସରରେ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଚାନକ ଭାବେ ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ ଆଜି ପରିଦର୍ଶନରେ ଯାଇଥିଲେ । ସେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କ୍ୱାରେଟାଂଇନ କେନ୍ଦ୍ର ଭିତରକୁ ପ୍ରବେଶ କରି ଦେଖିଲେ ଯେ ସେଠାରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ସନ୍ତୋଷ ମହାନ୍ତି ଙ୍କ ମୁହଁରେ ମାସ୍କ ନଥିଲା , ସେ ବିନା ମାସ୍କରେ କାର୍ଯ୍ୟକରୁଥିଲେ । ଜଣେ ଆଗଧାଡିର କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ ହୋଇ ନିଜେ ମାସ୍କ ନ ପିନ୍ଧି କ୍ୱାରେଟାଂଇନ ସେଟଂରରେ ବୁଲିବା ଅଭିଯୋଗରେ ପିଡି ଡିଆରଡିଏ ଶ୍ରୀ ଭୂୟାଁ ସ୍ୱାସ୍ଥ୍ୟକର୍ମୀ ଙ୍କ ଠାରୁ ଏକ ହଜାରଟଙ୍କା ଜରିମାନା ଆଦାୟ କରିଛନ୍ତି । ଅନ୍ୟକୁ କୋଭିଡ ନିୟମପାଳନ କରିବା ପାଇଁ କହୁଥିବା ସ୍ୱାସ୍ଥ୍ୟକର୍ମୀ ନିଜେ ମାସ୍କ ନ ପିନ୍ଧି ଏକହଜାର ଟଙ୍କା ଫାଇନ ତଣ୍ଡଗଣିବା ି ଘଟଣା ଜଣାପଡିବା ପରେ ଏହା ମାଲକାନଗିରି ସହରରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.