Home ଜିଲ୍ଲା ପରିକ୍ରମା ମାସର ପ୍ରଥମ ସୋମବାରରେ ଜିଲ୍ଲା କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଶିବିର

ମାସର ପ୍ରଥମ ସୋମବାରରେ ଜିଲ୍ଲା କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଶିବିର

7

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ଆୟୋଜନ ନେଇ ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତିମାସର ପ୍ରଥମ ସୋମବାରରେ ଜିଲ୍ଲା ସଦର ମହକୁମାରେ ଆୟୋଜନ କରାଯାଇଥାଏ । ନଭେମ୍ବର ୪ ତାରିଖ ସୋମବାର ଦିନ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ମିଳିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଏସ୍‌.ପି.ମାଡ଼କର ସନ୍ଦୀପ ସମ୍ପତ ଯୋଗଦେଇ ସମୁଦାୟ ୧୩୨ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥି ମଧ୍ୟରେ ୧୧୭ଟି ବ୍ୟକ୍ତିଗତ ଓ ୧୫ଟି ସାମୂହିକ ସମସ୍ୟା ସମ୍ବଳିତ ଅଭିଯୋଗ ଥିଲା । ୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ବେଳେ ରେଡ଼୍‌କ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ସମ୍ବନ୍ଧୀୟ ଥିବା ଆବେଦନ ମଧ୍ୟରୁ ୩ଜଣ ଦରଖାସ୍ତକାରୀଙ୍କୁ ୧୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଭଦ୍ରକ ପୌରପାଳିକାର ୱାର୍ଡ଼ ନଂ ୧୪ ନୀଳକଣ୍ଠପୁରର ଉମାରାଣୀ ପାତ୍ରଙ୍କ ହୃଦରୋଗର ଚିକିତ୍ସା ପାଇଁ ୪ ହଜାର ଟଙ୍କା, ଧାମନଗର ଶହେ ଶତକଡ଼ା ଦୃଷ୍ଟିବାଧିତ ଥିବା ଗଗନ କୁମାର ମଲ୍ଲିକ୍‌ଙ୍କୁ ୫ ହଜାର ଟଙ୍କା, କଟ୍‌ସାହି, ଧାମନଗରର ପାର୍ବତୀ ପାଢ଼ୀଙ୍କୁ ଚିକିତ୍ସା ପାଇଁ ୪ ହଜାର ଟଙ୍କା ସମୁଦାୟ ୩ଜଣଙ୍କୁ ୧୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ନୂତନ ଭାବେ ଯୋଗଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ କୁମାର ବଳ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ଦିଗରେ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକମତେ ତଥ୍ୟ ଉପସ୍ଥାପନ କରିଥିଲେ । ରାସ୍ତା ଓ ସରକାରୀ ଜମି ଜବର ଦଖଲ, ରାସ୍ତା ମରାମତି, ରାସ୍ତା, କଲଭର୍ଟ ନିର୍ମାଣ , ଆବାସ ଯୋଜନା, ରେସନ୍ କାର୍ଡ଼, ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସମ୍ପାଦକ ବଦଳାଇବା, ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ନମିଳବା, ଶିକ୍ଷକ ବଦଳି, ଆଦି ସଂକ୍ରାନ୍ତୀୟ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଅଭିଯୋଗ ଆଗତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.