Home ଜିଲ୍ଲା ପରିକ୍ରମା ମାଳିସାହି ପଂଚାୟତ କଂଟେନମେଂଟ ଜୋନ

ମାଳିସାହି ପଂଚାୟତ କଂଟେନମେଂଟ ଜୋନ

234

ନୟାଗଡ଼, ୧୧ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆଗାଁ ବ୍ଳକର ବିଭିନ୍ନ ପଂଚାୟତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆଜି ମାଳିସାହି ପଂଚାୟତ କରୋନା ଆକ୍ରାନ୍ତରେ ସଂକ୍ରମିତ ହୋଇଛି। ମାଳିସାହି ପଂଚାୟତର ମାଳିସାହି ସମେତ ଆଖ ପାଖ ଗାଁରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଗୁଆ ପଦକ୍ଷେପ ସ୍ୱରୁପ ମାଳିସାହି ସରପଂଚ ପର୍ଶୁରାମ ସ୍ୱାଇଁ ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି। ସାମାଜିକ ଦୂରତ୍ୱ ସହ ମାକ୍ସ ବ୍ୟବହାର ଓ ଦୋକାନ ବଜାର ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଆଜିଠାରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ଲାଗୁହେବ ବୋଲି ସରପଂଚ ସୂଚନା ଦେଇଛନ୍ତି। ସେହିପରିଭାବେ ନୂଆଗାଁ ପଂଚାୟତରୁ କିଛି ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ନୂଆଗାଁ ଗାଁ ସମେତ ମୁଦୁରାଙ୍ଗ, ଖାଲମଡ଼ା ଓ ନୂଆଗାଁ ବଜାରକୁ କଂଟେନମେଂଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.