Home ଜିଲ୍ଲା ପରିକ୍ରମା ମାଲକାନଗିରି ରେ ସଟ୍‌ଡାଉନ୍‌,ଛତିଶଗଡ ରାଜ୍ୟ ସୀମା ସିଲ

ମାଲକାନଗିରି ରେ ସଟ୍‌ଡାଉନ୍‌,ଛତିଶଗଡ ରାଜ୍ୟ ସୀମା ସିଲ

61

ମାଲକାନଗିରି,୧୭ା୪(ଓଡିଆ ପୁଅ) କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ଜିଲ୍ଲାରେ ସପ୍ତାହନ୍ତା ଶନିବାର ଓ ରବିବାର ଦିନ ସଟ୍‌ଡାଉନ୍ ସହ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ସଟ୍‌ଡାଉନ୍ ପାଇଁ ମାଲକାନଗିରି ପୌରାଚଂଳ,କାଲିମେଳା ବଜାର.ବାଲିମେଳା ଏନଏସି ଅଚଂଳ ରେ ଦୋକାନବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ବନ୍ଦରହିଥିଲା । ମାଲକାନଗରି ସହରର କଲେଜ ଛକ, ବାଲିମେଳାଛକ, ସୁବାଷବୋଷ ଛକ, ବସଷ୍ଟାଣ୍ଡ,ଚାଲାଣଗୁଡା ଚେକ ପୋଷ୍ଟ ଠାରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା ସହ ଅମାନିଆ ଙ୍କୁ ସାବାଡ କରାଯାଇଛି । କରୋନାର ଦ୍ୱିତୀୟ ଲହରୀ ଫେରିଥିବାରୁ ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନ,ଛତିଶଗଡ ରାଜ୍ୟ ରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଚାରୋଟି ରାଜ୍ୟ ସୀମାନ୍ତ ମୋଟୁ ଠାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରିବା ସହିତ ଛତିଶଗରାଜ୍ୟ ସୀମା ସିଲ ସହ ସୀମାନ୍ତ ଚାଲାଣଗୁଡା ଠାରେ ଚେକପୋଷ୍ଟ କରାଯାଇଛି । ଜରୁରୀ କାମରେ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନ,ଛତିଶଗଡ ରୁ ଆସୁଥିବା ଓ ମାଲକାନଗରି ଜିଲ୍ଲାରୁ ଯାଉଥିବା ଯାନବାହନଗୁଡିକୁ ଜାଚଂ ସହିତ ଯାତ୍ରା କରୁଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଛତିଶଗଡ ରାଜ୍ୟରୁ ଜରୁରୀ କାମରେ ଆସୁଥିବା ଦୁଇଚକିଆ,ଚାରି ଚକିଆ ଯନାବାହନ ଗୁଡିକ ନମ୍ବର ଓ ଗାଡିଚାଳକ ଙ୍କ ନାମପଜିଂକରଣ କରାଯାଉଛି, ମାଲକାନଗରି ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ମେଡିକା କିମ୍ବା ଜରୁରୀ କାମରେ ଯାଉଥିବା ଯାନବାହନଗୁଡୁକୁ ମଧ୍ୟ ପଜିଂକରଣ କରାଯାଇ ଛଡା ଯାଉଛି । ମାଲକାନଗିରି ସୀମାଭିତରକୁ ପ୍ରବେଶ କଲେ ୭୨ଘଟାଂମଧ୍ୟରେ ହୋଇଥିବା କରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବେ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ଫାଇନାଲ ପ୍ରମାଣପତ୍ର ଦେଖାଇବା ପାଇଁ କୁହାଯାଉଛି । ଯଦି ଏହି ସବୁ ରିପୋର୍ଟ ସେମାନଙ୍କ ନିକଟରେ ନଥିବ ତାହେଲେ ସେମାନେ କ୍ୱାରେଟାଂଇନ ରେ ରହିବା ପାଇଁ ବଧ୍ୟତା ମୁଳକ,ଯାହାର ତାପମାତ୍ରା ବୃଦ୍ଧି ପାଇଛି କିମ୍ବା ଜ୍ୱର ରହିଛି ସେମାନଙ୍କୁ କୋଭିଡ ପରୀକ୍ଷା କରାଯାଇ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଛତିଶଗଡ ସୀମାନ୍ତ ଚାଲାଣଗୁଡା ଚେକପୋଷ୍ଟ ଠାରେ ଆଜି ସକାଳେ ତହସିଲଦାର ଡ.ଗୁଣନିଧି ନାୟକ,ଏସଡିପିଓ ଅଶୁଂମାନ ଦ୍ୱିବେଦୀ,ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ ପୁଲିସ ସଦଳବଳ ଉପସ୍ଥିତ ରହି ଯାନବାହନ ଜାଚଂ ସହ ରାଜ୍ୟସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ କୋଭିଡ ନିୟମପାଳନ କରି ମାସ୍କପରିଧାନ, ସାମଜିକ ଦୂରତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଛତିଶଗଡ ରାଜ୍ୟକୁ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଥିବାରୁ ସୀମାସିଲ କରାଯାଇ ଚାଲାଣଗୁଡା ଚେକପୋଷ୍ଟ ଠାରେ ପୁଲିସ ପ୍ରଶାସନ ପକ୍ଷରୁ ୨୪ଘଟିଂଆ ପ୍ରହରା ଦିଆ ଯାଇ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିଦିଆଯାଇଛି ।
ରାଜ୍ୟସରକାରଙ୍କ ନୂତନ କୋଭିଡ ଗାଇଡ ଲାଇନ ଆନୁସାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ମାଲକାନଗିରି ପୌରାଚଂଳ,ବାଲିମେଳା ଏନଏସି ଅଚଂଳ ସହ କାଲିମେଳା ବଜାର କୁ ଲଗାଇ ତିନୋଟି ସହରରେ ଆଜି ସକାଳଠାରୁ ସଟ୍‌ଡାଉନ୍ ଲାଗୁ ହୋଇଛି । ଏହା ବ୍ୟତିତ ସମଗ୍ର ଜିଲ୍ଲାରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରାଯାଇଛି, ଏହା ସନ୍ଧ୍ୟା ୬ ଟା ଠାରୁ ଆରମ୍ଭ ହୋଇ ତାପରଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସଟଡାଉନ ଓ କର୍ଫ୍ୟୁ ସମୟରେ କେହି ଘରୁ ବାହରକୁ ଯିବେ ନାହିଁକି କୌଣସି ଯାନବାହନ ଚଳା କରିବନାହିଁ ,ଦୋକାନ ବଜାର ଗୁଡିକ ବନ୍ଦରହିବ ।କେବଳ ଜରୁରୀ ସମୟରେ ହସପିଟାଲ କୁ ଆମ୍ବୁଲାନ୍ସ ଗୁରୁତର ରୋଗିଙ୍କୁ ନେଇ ଯାଇପାରିବ, ରନ୍ଧଗ୍ୟାସ, ଖିରଗାଡି, ଅତ୍ୟାବଶ୍ୟକିୟ ସାମଗ୍ରୀ ଗାଡି ଗୁଡିକ କୋଭିଡ ନିୟମ ପାଳନକରି ଚଳାଚଳ କରିବାପାରିବ ଓ ଔଷଧ ଦୋକାନ ଗୁଡିକ ଖୋଲାରହିବ,ଶିକ୍ଷାଅନୁଷ୍ଟାନ ଓ ହଷ୍ଟେଲ ଗୁଡିକ ଆସନ୍ତା ୧୯ତାରିଖ ଠାରୁ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦରହିବ, କୋଚିଂ ସେଟଂର ଗୁଡିକ ଅନଲାଇନରେ କୋଚି ସେବା ଦେବେ, ବିବାହ ଭୋଜିରେ ୫୦ଜଣ ଓ ଶୁଦ୍ଧିକ୍ରୀୟାରେ ୨୦ଜଣ ଉପସ୍ଥିତ ରହିବେ,ସାମଜିକ ,ସଂସ୍କୃତିକ,ଧାର୍ମିକ, ରାଜନୈତିକ ସଭାସମତି କୁ ବନ୍ଦକରାଯାଇଛି,ମନ୍ଦି ଗୁଡିକରେ ଭକ୍ତଙ୍କୁ ମନା ,କେବଳ ପୁଜଙ୍କ ଦ୍ୱାରା ନିତି କାନ୍ତି କରାଯିବ,ଆନ୍ତରାଜ୍ୟ ବସ ସେବାକୁ ବନ୍ଦକରିଦିଆ ଯାଇଛି, ନୂତନ କୋଭିଡ ନିୟମ ଖିଲାପ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଏକ ପ୍ରେସ ନୋଟ ମାଧ୍ୟମରେ ଜିଲ୍ଲାପାଳ ଡଃ ୟେଦୁଲା ବୀଜୟ ଜିଲ୍ଲାବାସୀ ଙ୍କୁ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.