Home ଓଡ଼ିଶା ମାଲକାନଗିରି ଥାନାସ୍ଥ ମାର୍କାପାଲି ଛକ ନିକଟରେ ୩ ବାଇକ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ,...

ମାଲକାନଗିରି ଥାନାସ୍ଥ ମାର୍କାପାଲି ଛକ ନିକଟରେ ୩ ବାଇକ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ, ୩ ଗୁରୁତର

222

ମାଲକାନଗିରି, ୧୫।୯ (ଓଡ଼ିଆ ପୁଅ) ଆଜି ଅପରାହ୍ନ ରେ ମାଲକାନଗିରି ଥାନାସ୍ଥ ମାର୍କାପାଲି ପଞ୍ଚାୟତ ଛକ ନିକଟରେ ୩ ବାଇକ ମୁହାଁମୁହିଁ ଧକ୍କା ହୋଇ ୨ ଯୁବକଙ୍କର ମୃତ‌୍ୟୁ ହେବା ସହ ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଠିଛି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣଙ୍କର ମେଡିକାଲ ନେବା ରାସ୍ତାରେ ମୃତ୍ୟୁ ହୋଇଛି।

ନିକଟସ୍ଥ ଗ୍ରାମ ବସି ୧୦୮ ଆମ୍ବୁଲାନ୍ସକୁ ଫୋନ କରିବାରୁ ଆମ୍ବୁଲାନ୍ସଟି ବିଳମ୍ବରେ ପହଁଚି ଆହତମାନଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଛି। ଏହି ଦୁର୍ଘଟଣାରେ ପେଦାୱାର୍ଡ, ଗଙ୍ଗଲା ପଞ୍ଚୟତର ଯୁବକମାନେ ଆହତ ହୋଇଛନ୍ତି। ମୃତ ଯୁବକ ପ୍ରଶାନ୍ତ ଖରା ୧୮ ବର୍ଷ, ପେଦାୱାର୍ଡ ପଞ୍ଚୟତ ମାଛିଆମ୍ବ ଗ୍ରାମର ଓ କୁକୁଡା ଗ୍ରାମର ଚନ୍ଦରଖିଲ ୨୨ ବର୍ଷ ବୋଲି ଜଣାପଡିଛି। ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ ପୁଲିସ ସଦଳ ବଳ ଘଟଣାସ୍ଥଳରେ ପହଁଚି ମୃତ ଯୁବକଙ୍କ ମୃତ ଶରୀର ଶବ ବ୍ୟବଛେଦ ନିମନ୍ତେ ହସ୍ପିଟାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.