Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ଓକିଲ ସଂଘ ର ସପଥ ପାଠ ଗ୍ରହଣ ଉତ୍ସବ

ମାଲକାନଗିରି ଜିଲ୍ଲା ଓକିଲ ସଂଘ ର ସପଥ ପାଠ ଗ୍ରହଣ ଉତ୍ସବ

40

ମାଲକାନଗିରି,୧୧ା୪ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଓକିଲ ସଘଂର ନୂତନ କର୍ମକର୍ତା ଙ୍କ ସପଥପାଠ ଗ୍ରହଣ ଆଜି କୋଭିଡ ନିୟମ ପାଳନ ଭିତରେ ଜିଲ୍ଲାଓକିଲ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ ସଭାପତି ପ୍ରଭାକର ପ୍ରଧାନ,ସାଧାରଣ ସଂପାଦକ ପ୍ରକାଶ କୁମାର ମହାନ୍ତି,ଉପସଭାପତି ମାନସ କୁମାର ସ୍ୱାଇଁ, କୋଷାଧକ୍ଷ ଭବତୋଷ ବିଶ୍ୱାସ ସହସଂପାଦକ ହିରୋଜ ପାଣିଗ୍ରାହୀ ନିଜ ନିଜର ସପଥପାଠ ଗ୍ରହଣ କରିଥିଲେ । ଓକିଲ ସଂଘର ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ଓକିଲ ସଂଘର ନବନିର୍ବାଚିତ ସଭାପତି, ସପାଂଦକ ଙ୍କ ସହିତଅନ୍ୟାନ କର୍ମକର୍ତାଙ୍କୁ ଶପତପାଠର ଗୋପନୀୟତା ପଢାଇ ସୁଣାଇଥିଲେ । ଏହି ସପଥପାଠ ଉତ୍ସବରେ ଜିଲ୍ଲାର ପ୍ରାୟ୭୦ରୁ ଉର୍ଧ ଆଇନଜୀବୀ ଉପସ୍ଥିତ ଥିଲେ । କୋର୍ଟକୁ ଆସୁଥିବା ଲୋକମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଇ ଆଗାମିଦିନରେ କୋର୍ଟ ଓ ଓକିଲ ସଂଘର କିପରି ଉନ୍ନତି କରାଯିବ ସେନେଇ ଗୁରତ୍ୱ ଦିଆଯିବ ବୋଲି ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ ସଦସ୍ୟ ମାନେ ମତ ଉପସ୍ଥାପନ କରିଥିଲେ । ଏହି ସପଥ ପାଠ ଗ୍ରହଣ ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଆଇନଜୀବୀ ଶ୍ୟାମଘନ ମହାନ୍ତି, ଅଶୋକକୁମାର ପଟନାୟକ,ଦୀନବନ୍ଧୁ ଦାଶ, ନୃସିଂହ ଚରଣ ମହାନ୍ତି,ଦିଲ୍ଲିପ ପରିଛା,ରାମପ୍ରସାଦ ପଟନାୟକ,ବିଷ୍ଣୁପ୍ରସଦା ନାଲା,ରାଜେଶ ପଟନାୟକ,ବିଭୁଆଶିଶ ଶଗରିଆ ପ୍ରମୁଖ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.