Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

39

ମାଲକାନଗିରି,୨୫ । ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସିଡିଏମଓ ଅଫିସ ପରିସର ସମ୍ମିଳନୀ କକ୍ଷରେ କୋଭିଡ ନିୟମ ପାଳନ କରାଯାଇ ଆଜି ବିଶ୍ୱ ମ୍ୟାଲେରୀଆ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାର ମ୍ୟାଲେରିଆ ସଂପର୍କିତ ଏକ ତଥ୍ୟଭିତିକ ପୁସ୍ତକ କୁ ଲୋକାର୍ପଣ କରିଛନ୍ତି । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଳିତ ବର୍ଷର ବାର୍ତା ରହିଛି ଶୂନ୍ୟ ମ୍ୟାଲେରିଆ ଲକ୍ଷ୍ୟ ହାସଲ ,ଜିଲ୍ଲାରେ ୬,୮୯୪୪୧ ଜନସଂଖ୍ୟା ମଧ୍ୟରୁ ୭୩,୬୦୬ ଜଣଙ୍କର ରକ୍ତନମୁନା ସଂଗ୍ରହ ହୋଇ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା, ସେଥି ମଧ୍ୟରୁ ୧୧୭୪ଜଣଙ୍କର ମ୍ୟାଲେରୀଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । କେବଳ ମାର୍ଚମାସ ସୁଦ୍ଧା ଜିଲ୍ଲାରେ ୨୭୬୩୭ ଟି ରକ୍ତନମୁନା ସଂଗ୍ରହ ହୋଇ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୫୦୦ଟି ନମୁନା ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଛି, ପୁବ ର୍ ବର୍ଷ ଅପେକ୍ଷା ଚଳିତ ବର୍ଷ ମ୍ୟାଲେରିଆ ରୋଗିଙ୍କ ସଂଖ୍ୟା ବହୁତ କମ ଅଛି । ମାଲକାନଗିରି ଜିଲ୍ଲାର ପଡିଆ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଚଂଳରେ ୨୫ ପ୍ରତିଶତ,କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଚଂଳରେ ୨୧ପ୍ରତିଶତ,କୋରକୁଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଚଂଳରେ ୧୮ ପ୍ରତିଶତ,ପଡିଆ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଚଂଳରେ ୧୫ପ୍ରତିଶତ,ଖଇରପୁଟ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଚଂଳରେ ୧୧ପ୍ରତିଶତ,କୁଡୁମୁଲୁଗୁମ୍ମା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଚଂଳରେ ୬ପ୍ରତିଶତ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଅତିରିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମ୍ୟାଲେରୀଆ ଅଧିକାରୀ ଡାକ୍ତର ଧନେଶ୍ୱର ମହାପାତ୍ର କହିଥିଲେ । ଏହି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାହସପିଟାଲର ବରିଷ୍ଟ ଡାକ୍ତର ଅନୀଲ କୁମାର ମିଶ୍ର, ଡାକ୍ତର ସଂନ୍ଧ୍ୟାରାଣି ପଟନାୟକ, ଡାକ୍ତର ଏସ.ବି. ମହାପାତ୍ର,ଡିପିଏମ ବନବିହାରୀ ମିଶ୍ର,ଭିବିଡି ପରାମର୍ଶଦାତା ଅଜିତ କୁମାର ଦଳେଇ,ସଚିନଦେବ ଗୌଡ,ଚିତରଂନ ସେଠୀ, ପ୍ରମୁଖ ଡାକ୍ତର ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଆଶା ସଂଯୋଜକ ସଂଗ୍ରାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.