Home ଓଡ଼ିଶା ମାଲକାନଗିରି ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ମାଲକାନଗିରି ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

97

ମାଲକାନଗିରି,୧୧ା୮ (ଓଡିଆ ପୁଅ )ସମଗ୍ର ବଶ୍ୱରେ କରୋନା ମହାମାରି କାୟାମେଲି ଜନଜୀବନକୁ ସନ୍ତୁଳିତ କରିଦେଇଥିବା ବେଳେ ଚଳିତ ବର୍ଷ ନିରାଡମ୍ବର ସହକାରେ କୋଭିଡ ନିୟମ ପାଳନ ସହ ସ୍ୱଧୀନତା ଦିବସ ପାଳନ ହେବା ପାଇଁ ନିସ୍ପତି ନିଆ ଯାଇଛି । ମାଲକାନଗିରି ଜିଲ୍ଲାରେ ୭୪ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ଥାନୀୟ ଡିଆରଡିଏ ସଭାଗୃହରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି ।ପୁବ ର୍ବର୍ଷ ପରି ଚଳିତ ବର୍ଷ ଅଗଷ୍ଟ୧୫ତାରିଖରେ ସ୍ଥାନୀୟ ଡିଏନକେ ମଇଦାନରେ କୋଭିଡ୧୯ ନିୟମ ପାଳନକରି ମାସ୍କ ପରିଧାନସହ ସାମାଜିକ ଦୂରତା ଅବଲମ୍ବନ କରାଯାଇ ନିରାଡମ୍ବର ସହକାରେ ସ୍ୱାଧୀନତା ଦିବସ ପାଳନ କରାଯିବ । ସକାଳେ ପୁରଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ ସରକାରି କାର୍ଯ୍ୟାଳୟ ପରିସରରେ ଥିବା ମହାପୁରଷ ମାନଙ୍କ ପ୍ରତିମୂର୍ତୀରେ ମାଲ୍ୟର୍ପଣ ସହ ନିଜ ନିଜ କାର୍ଯ୍ୟାଳୟ ଠାରେ ଜାତୀୟପତକା ଉତୋଳନ କରାଯିବ । ଜିଲ୍ଲାସ୍ତରୀୟ ପ୍ୟାରେଡରେ ପୁଲିସ ବ୍ୟାଣ୍ଡପାର୍ଟିର ମାର୍ଚରେ ଜାତୀୟ ସଂଗୀତ ଗାନକରି ମୁଖ୍ୟଅତିଥି ଜାତୀୟପତକା ଉତୋଳନ କରିବେ । ବିଶେଷ କରି ଚଳିତ ବର୍ଷ କୋଭିଡ ଯୋଦ୍ଧା ମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ପ୍ୟାରେଡ ସ୍ଥଳରେ ମୁଖ୍ୟଅତିଥି ସମ୍ମାନିତ କରିବା ପାଇଁ ନିସ୍ପତି ନିଆ ଯାଇଛି । ମୁଖ୍ୟଅତିଥି ମାନଙ୍କ ଦ୍ୱାରା ସଂସ୍କୃତି ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବ । ଏହି ବୈଠକରେ ଅନ୍ୟାନମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଦଶରଥପଡିଆମି,ଏସ.ପି.ରିଶିକେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଜିଲ୍ଲାମୁଖ୍ୟସ୍ୱସ୍ଥ୍ୟ ଅଧିକାରୀ ଡାକ୍ତର ଶକ୍ତିପ୍ରସାଦ ମିଶ୍ର,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦିଲ୍ଲୀପକୁମାର ସାମନ୍ତରାୟ ସଭାପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.