Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ମାସକ ମଧ୍ୟରେ ଅଚିହ୍ନାରୋଗରେ ୧୪ଜଣଙ୍କର ମୃତ୍ୟୁ,କରୋନା ଭୟରେ ଡାକ୍ତରଖାନା ବଦଳରେ ଗୁଣିଆଙ୍କ ଦ୍ୱାରସ୍ତ...

ମାଲକାନଗିରି ଜିଲ୍ଲାରେ ମାସକ ମଧ୍ୟରେ ଅଚିହ୍ନାରୋଗରେ ୧୪ଜଣଙ୍କର ମୃତ୍ୟୁ,କରୋନା ଭୟରେ ଡାକ୍ତରଖାନା ବଦଳରେ ଗୁଣିଆଙ୍କ ଦ୍ୱାରସ୍ତ ।

94

ମାଲକାନଗିରି,୧୧ା୯(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ ମାଥିଲି ଅଚଂଳରେ ମାସକ ମଧ୍ୟରେ ଅଚିହ୍ନାରୋଗରେ ପ୍ରାୟ୧୪ରୁ ଉର୍ଦ୍ଦ ଆଦିବାସୀ ଲୋକଙ୍କର ମୃତ୍ୟୁଘଟି ସାରିଲାଣି, ସହରରେ କରୋନା ସଂକ୍ରମଣ ଭୟରେ ଗ୍ରାମବାସୀ ମାନେ ଡାକ୍ତରଖାନା କୁ ରୋଗୀଙ୍କୁ ବଦଳରେ ଗୁଣିଆ ଦିସାରୀ ଙ୍କ ଦ୍ୱାରାସ୍ତ ହୋଇ ଝଡାଫୁଙ୍କା କରୁଥିବାର ଜଣାପଡିଛି । ଇଟଂରନେଟ ଅତ୍ୟାଧୁନିକ ଯୁଗରେ ଏବେ ବି ମଣିଷ କୁସଂସ୍କରା ଅନ୍ଧବିଶ୍ୱାସକୁ ଜାବୁଡି ଧରିଛି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଏହାର ପ୍ରଭାବ ଅଧିକ ପଡିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ଦୁର୍ଗମ ବାଲାମପାଲି ଗ୍ରାମରେ ଗତ କିଛି ଦିନତଳେ ଅଜଣାରୋଗରେ ଜଣଙ୍କର ମୃତ୍ୟୁ ହେବାପରେ ସେହି ଗ୍ରାମରେ ଭୟର ବାତାବରଣ ଦେଖା ଦେଇଥିଲା । ଗ୍ରାମବାସୀ ମାନେ ଡାକ୍ତରଖାନା କୁ ନ ଯାଇ ଗୁଣିଆ ଦିସାରୀ ମାନଙ୍କୁ ନେଇ ଗ୍ରାମ ମୁଣ୍ଡରେ ଥିବା ଏକ ଗଛମୁଳରେ ଡୁମାପୂଜାକରୁଥିବାର ଜଣାପଡିଛି । ଠିକ ସେହିପରି ମାଥିଲି ବ୍ଲକସ୍ଥ କମରାପାଲି ପଚାଂୟତ ଦୁର୍ଗମ ସୋଡିଗୁଡା ଆଦିବାସୀ ଗ୍ରାମରେ ଗତ ମାସକ ମଧ୍ୟରେ ପ୍ରାୟ୧୩ଜଣଙ୍କର ମୃତ୍ୟୁଘଟିଥିବାର ଗ୍ରାମବାସୀ ମାନେ କୁହନ୍ତି । ସମଗ୍ର ଜିଲ୍ଲାରେ କରୋନା ମହାମାରି ବ୍ୟାପିଥିବା ଓ ବିଶେଷ କରି ସହର ରେ ଅଧିକମାତ୍ରାରେ ଏହା ଦେଖାଦେଇ ଥିବାରୁ କରୋନା ଭୟରେ ଗ୍ରାମବାସୀ ମାନେ ରୋଗୀଙ୍କୁ ଡାକ୍ତରଖାନାକୁ ନ ନେଇ ଗାଁରେ ଗୁଣିଆ , ଦିଶାରୀ ଙ୍କ ନିକଟରେ ଝଡାଫୁଙ୍କା କରୁଥିବାର ଜଣାପଡିଛି । ବିଶେଷ କରି ଏହି ଅଚିହ୍ନାରୋଗ ଦୁର୍ଗମ ସୋଡିଗୁଡା ଆଦିବାସୀ ଗ୍ରାମରେ ଦେଖା ଦେଇଛି । ଗ୍ରାମ ବାସୀଙ୍କ କହିବା ଅନୁସାରେ ମୃତ ବ୍ୟକ୍ତିମାନଙ୍କର ଗୋଡାହାତ ଫୁଲି ଯିବାସହିତ ବାନ୍ତି ହେବା ଓ ସେମାନେ ଦୁବ ର୍ଳ ହୋଇ ୪ ରୁ ୫ଦିନ ବିଛଣାରେ ପଡି ରହିବାପରେ ସେମାନଙ୍କର ମୃତ୍ୟୁ ଘଠୁଛି । ଗତ ୩୦ଦିନ ମଧ୍ୟରେ ଗ୍ରାମର ଇର୍ମାକବାସୀ,ମଙ୍ଗଳା ମାଡାକମି,ବାମନ ମାଢି,ଆଡମା ସୋଡି, କସା ମାଡି,ସନମତି ମାଢି,ପଦ୍ମା ମାଢି,ଙ୍କ ସହିତ ପ୍ରାୟ୧୩ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ମାସକ ମଧ୍ୟରେ ଲଗାତର ଭାବେ ଲୋକମାନଙ୍କର ମୃତ୍ୟୁ ହେବା ଦେଖି ଗ୍ରାମବାସୀ ମାନେ ଭୟଭିତ ହୋଇ ଡଙ୍ଗର ଦେବୀ ଙ୍କ ନିକଟରେ ପୂଜାପାଠ କରି ପଣା ଦେବାସହ ଡୁମା ନିକଟରେ କୁକୁଡା, ଆଣ୍ଡା ପୁଜାକରୁଥିବାର ଦେଖିବାକୁ ମିଳିଛି । ଏ ସଂପର୍କରେ ମାଥିଲି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏ.କେ.ସ୍ୱାଇଁ କହିଛନ୍ତି ସେ ଗ୍ରାମକୁ ଡାକ୍ତରରି ଦଳ ଯାଇ ଚିକିତ୍ସା ଆରମ୍ଭକରିଛନ୍ତି । ଏବେ ଗ୍ରାମର ପରିସ୍ଥିତି ଆୟତା ଧିନ ରହିଛି । ପ୍ରାଥମିକ ପରୀକ୍ଷାରୁ ଯାହା ଜଣାପଡୁଛି ଏହା କିଡନୀ ଜନିତ ରୋଗ ହୋଇଥାଇ ପାରେ । ତଥାପି ଗ୍ରାମର କିଛି ଲୋକଙ୍କ ଠାରୁ ରକ୍ତନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି । ଗ୍ରାମବାସୀ ମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ମାନେ ଡାକ୍ତର ଖାନା କୁ ଯାଇ ଚିକିତ୍ସା ହେବାପାଇଁ ପରାମର୍ଶ ଦେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.