Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ପ୍ରଥମଥର କରି ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିସ ସଂଘ ଗଠନ

ମାଲକାନଗିରି ଜିଲ୍ଲାରେ ପ୍ରଥମଥର କରି ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିସ ସଂଘ ଗଠନ

24

ମାଲକାନଗିରି,୯ା୪(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ରେ ପ୍‌୍ରଥମ ଥରକରି ଜିଲ୍ଲା ଚାମ୍ବର ଅଫ କମର୍ସ ଆଣ୍ଡ ଅଷ୍ଟ୍ରିସ ସଂଘ ଗଠନ ହୋଇଛି । ଜିଲ୍ଲାସଦର ମହକୁମା ସ୍ୱାଗତ ହୋଟେଲ ପରିସର ସଭାଗୃହରେ ଜିଲ୍ଲାସ୍ତରୀୟ ବ୍ୟବସାୟୀ ସଂଘ ପ୍ରତିଷ୍ଟା କରାଯିବାସହ ଏହା ଜିଲ୍ଲା ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିସ ନାମକରଣ କରାଯାଇ ସରାକାରି ଭାବେ ଏହାକୁ ପଜିଂକୃତ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି ସଂଘର ସଭାପତି ଭାବେ ସୁରେଶ କୁମାର ସୋମାନୀ,ସାଧରଣ ସଂପାଦକ ଭାବେ ଇଶ୍ୱର ପ୍ରସାଦ ପଟନାୟକ, ଉପସଭାପତି ଭାବେ ସୁରେନ୍ଦ୍ର ନାଥ ପାଢି, ଯୁଗ୍ମସଂପାଦକ ଗଣେଷ ସାହା,ସଂଗଠନ ସଂପାଦକ ରବିରାଜେଶ,କୋଷାଧ୍ୟକ୍ଷ ଭାବେ ରତନ ଲାଲ ଜୌନ ଙ୍କୁ ମନୋନୀତ କରାଯାଇଛି । ଠିକ ସେହିପରି ଲୋକନାଥ ସାବତ,ଗୌରଙ୍ଗକର୍ମକାର,ମୋହନଲାଲ ଛତ୍ରୀ,ବୃନ୍ଦବାନ ମହାନ୍ତି ଙ୍କୁ ଉପଦେଷ୍ଠା ଓ ରବିନ୍ଦ୍ର ପଟନାୟକଙ୍କୁ ଆଇନପରାମର୍ଶଦାତା ଭାବେ ମନୋନୀତ କରାଯାଇଛି । ଆଗାମୀ ଦିନରେ ଏହି ସଂଘର ଶାଖା ଜିଲ୍ଲାର ଅନ୍ୟାନ ଅଚଂଳରେ ଖୋଲା ଯିବା ପାଇଁ ନିସପ୍ତି ନିଆଯାଇଛି । ଶେଷରେ ସଂଘର ଉପଦେଷ୍ଟା ଗୌରାଙ୍ଗ କର୍ମକାର ଧନ୍ୟବାଦ ଅର୍ପଣକରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.