Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ନିଆଁ ବର୍ଷା,ତାପମାତ୍ରା ୪୩ଡିଗ୍ରୀ ଛୁଇଁଲା,ଜନଜୀବନ ଅତିଷ୍ଠ

ମାଲକାନଗିରି ଜିଲ୍ଲାରେ ନିଆଁ ବର୍ଷା,ତାପମାତ୍ରା ୪୩ଡିଗ୍ରୀ ଛୁଇଁଲା,ଜନଜୀବନ ଅତିଷ୍ଠ

353

ମାଲକାନଗିରି,୨୪ା୪(ଓଡିଆ ପୁଅ ) ଗତ କିଛି ଦିନହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୧ଡିଗ୍ରୀରୁ ୪୨ଡିଗ୍ରୀ ରହୁଥିବା ବେଳେ ଆଜି ୪୩ଡିଗ୍ରୀ ରେ ପହଁଚି ସମଗ୍ର ରାଜ୍ୟର ରାକେର୍ଡ ଭଙ୍ଗକରିଛି । ୪୩ ଡିଗ୍ରୀ ତାପମାତ୍ରା ସାଙ୍ଗକୁ ପ୍ରଚଣ୍ଡଖରା ,ପ୍ରବଳ ଗରମ ଓ ଗୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତକାଟ ଜନ ଜୀବନକୁ ଅତିଷ୍ଟ କରିପକାଇଛି । ଯେମିତି ଆକାଶରୁ ନିଆଁହୁଳା ଖସିଲା ପରି ଲାଗୁଛି ,ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି । ଏବେ ପ୍ରଚଣ୍ଡ ରୈଦ୍ରତାପରେ ଜିଲ୍ଲାର ସ୍ଥିତି ସଙ୍ଗିନ ହେଲାଣି ଦିନକୁ ଦିନ ତାତିବଢିଚାଲିଛି । ସକାଳ ୯ଟା ଠାରୁ ସନ୍ଦ୍ୟା ୫ଟା ପର୍ଯ୍ୟନ୍ତ ଗୁଳୁଗୁଳି ସାଙ୍ଗକୁ ଖରା ଉତାପ ଲାଗିରହୁଛି, ପ୍ରଖର ସୂର୍ଯ୍ୟ କିରଣର ଚାରିଆଡେ  ପ୍ରକୋପ ଦେଖା ଦେଇଛି ,ଜିଲ୍ଲାରେ ଦିନକୁ ଦିନ ତାପାମାତ୍ରା ବୃଦ୍ଧିପାଇ ପ୍ରବଳଖରା ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଚାଂୟତ କିମ୍ବା ଗାଁ ଗହଳରେ ବାଟୋଇଙ୍କ ପାଇଁ ପାଣିହାଣ୍ଡି ରଖିବାର ବ୍ୟବସ୍ଥା କରାଯାଇ ନାହିଁକି ଚଳଛତ୍ର ମଧ୍ୟ ଖୋଲାଯାଇ ନଥିବାର ଜଣାପଡିଛି ।ଏହି ଗରମରୁ ରକ୍ଷା ପାଇବା ପାଇଁ ଓ ଦେହକୁ ଶତୀଳ ରଖିବା ନିମନ୍ତେ  ପିଲାମାନେ କେନାଲ,ପୋଖରୀ ରେ ବୁଡପକାଇ ଜଳକ୍ରୀଡାରେ ମାତି ଯାଇଛନ୍ତି । ଦିନ ୧୨ ଠାରୁ  ରାସ୍ତାଘାଟ ସବୁ ଶୂନଶାନ ହୋଇପଡୁଛି ,ପ୍ରବଳ ଗରମରୁ ଶାନ୍ତି ପାଇବା ପାଇଁ ତରଭୂଜ,ତାଳ ସଜ,ପଇଡ,କୁଲଫି. ଲସି, ଥଣ୍ଡା ଦୋକାନ ଆଗରେ ଲୋକମାନଙ୍କ ଭିଡ ଲାଗି ଯାଉଛି ।  ରାସ୍ତା ଘାଟ ଶୂନଶାନ ହୋଇ ଯାଉଛି , କାଁ ଭାଁ ଯିଏ ଜରୁରୀ କାମରେ ବାହରକୁ ଯାଉଛନ୍ତି ମୁଣ୍ଡରେ ଗାମୁଛା, ପଗଡି ଆଖିରେ କଳା ଚଷମା ଲଗାଇ ଯାଉଛନ୍ତି । ସବୁଜ ବନାନୀ ଘେରା ମାଲକାନଗିରିରୁ ଜଙ୍ଗଲଧ୍ୱସଂପାଇ ସବୁଜ ଜମିରେ କୋଠାବାଡି ନିର୍ମାଣ ହୋଇ କଙ୍କ୍ରୀଟ ଜଙ୍ଗଲସୃଷ୍ଟି ହେବା ଦ୍ୱାରା ଜିଲ୍ଲାରେ ଗରମସାଙ୍ଗକୁ ପ୍ରବଳ ଖରା ହେବା ରୁ ଲଗାତର ଭାବେ ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ରହିଆସୁଛି । ମାଲକାନଗିରି ଜିଲ୍ଲାରେ ଅଧିକାଶଂ ଟିଣ ଛପର ଘର ଯୋଗୁଁ ପ୍ରବଳ ଖରାରେ ଟିଣଗୁଡିକ ତାତି ନିଆଁ ହୁଳା ଖସିଲାପରି ଲାଗୁଛି, ଲଗାତର ଭାବେ ପ୍ରବଳ ଖରା ହେଉଥିବାରୁ କୁଅ,ପୋଖରୀ,ନଦୀନାଳ ଗୁଡିକ ଶୁଖିଗଲାଣି, ପାଣି ମୁନ୍ଦାଏ ପାଇଁ ଗାଇଗୋରୁ ଛେଳି ଓ ପଶୁପକ୍ଷୀମାନେ ଡହଳ ବିକଳ ହେଉଛନ୍ତି । କେବଳ ପଶୁ ପକ୍ଷୀ ମାନେ ନୁହଁନ୍ତି ଅନେକ ଗ୍ରାମରେ ପାନୀୟ ଜଳ ସଙ୍କଟ ମଧ୍ୟ ଦେଖା ଦେଇଛି,ପାଣି ଗରାଏ ପାଇଁ ନଳକୂପ ନିକଟରେ ଦୁଇ ତନିଘଟାଂ ଧରି ଲାଇନରେ ଛିଡା ହେବାକୁ ପଡୁଛି ଆଉକେତକ ଗାଁରେ ଦୁଇ କିମି ରାସ୍ତା ଚାଲି ଚାଲି ଯାଇ ଜଙ୍ଗଲ ନିକଟରେ ଥିବା ଝରଣା ଓ ଚୁଆରୁ ମହିଳା ମାନେ ପାଣି ଆଣି ନିଜର ଗୁଜୁରାଣ ମେଟାଂଇଥାନ୍ତି ।ଏହି ପରି ତାପମାତ୍ରା ବଢି ଚାଲିଲେ ଆଗାମି ଦିନରେ ମାଲକାନଗିରି ଜିଲ୍ଲାରେ ଅଶୁଂଘାତ ରେ ଅନେକ ଲୋକଙ୍କର ମୃତ୍ୟୁ ହେବାର  ବହୁତ ସମ୍ଭାବନା ରହିଛି । ଜିଲ୍ଲାରେ ତାପମାତ୍ରା ୪୩ଡିଗ୍ରୀରେ ପହଁଚିଥିବାବେଳେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜିଲ୍ଲାସଦର ମହକୁମା ହସପିଟାଲ ସହିତ ବ୍ଲକସଦର ମହକୁମା ଠାରେ ଥିବା ଅନ୍ୟା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଅଶୁଂଘାତ ରୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ଅଶୁଂଘାତ କୋଠରୀ ର ବ୍ୟବସ୍ଥା ହୋଇନଥିବା ବେଳେ ଅଶୁଂଘାତ ରୋଗୀଙ୍କୁ ସାଧାରଣ ରୋଗୀଙ୍କ ପରି କାଜୁଆଲ୍ଟିରେ ଚିକିତ୍ସା କରାଯାଉଥିବାର ଅଭି ଯୋଗ ହେଉଛି । ଜିଲ୍ଲା ହସପିଟାଲ ସହିତ ସାତଟି ଯାକ ବ୍ଲକରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ତୁରନ୍ତ ସ୍ୱତନ୍ତ୍ର ଆଶୁଂଘାତ କୋଠରୀ ଖୋଲାଯିବା ପାଇଁ ଜିଲ୍ଲାବାସୀ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.