Home ଜିଲ୍ଲା ପରିକ୍ରମା ମାଲକାନଗିରିରେ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓଡିଆନବବର୍ଷ ଉତ୍ସବ ପାଳିତ

ମାଲକାନଗିରିରେ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓଡିଆନବବର୍ଷ ଉତ୍ସବ ପାଳିତ

71

ମାଲକାନଗିରି,୧୪ । ୪(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ରେ ପଣାସଂକ୍ରାନ୍ତି,ହନୁମାନଜୟନ୍ତୀ,ମା ତାରିଣୀଙ୍କ ଘଟ ଯାତ୍ରା ସହିତ ଓଡିଆନବ ବର୍ଷ ପାଳିତ ହୋଇ ଯାଇଛି । ଜିଲ୍ଲାସଦର ମହକୁମା ପ୍ରବେଶ ଦା୍ୱରରେ ଥିବା ମାଁ ତାରିଣୀଙ୍କ ମନ୍ଦିରରୁ ଗତ ୫ଦିନଧରି ଚୈତ୍ର ଯାତ୍ରାଆରମ୍ଭ ହୋଇ ପବିତ୍ର ପଣାସଂକ୍ରାନ୍ତି ଅବସରରେ ସମାପନ ହୋଇଛି ।ଆଜି ତାରିଣୀଙ୍କ ପିଠରେ ସ୍ୱଳ୍ପସଂଖ୍ୟକ ଭକ୍ତଙ୍କୁ ନେଇ ପୁଜା ପାଠ ହୋମ ଯଜ୍ଞ କରା ଯାଇଥିଲା । ବିଜ୍ଞାନ ମବାବିଦ୍ୟାଳୟ ନିକଟରେ ଥିବା ପଚଂମୁଖି ହନୁମାନ ମନ୍ଦିର ଠାରେ କରୋନା କଟକଣା ମଧ୍ୟରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ମନ୍ଦିର ବେଡାରେ ପୁଜାକମଟିର ସଭାପତି ରାଜେଶ କୁମାର ସିଂ ,ସଂପାଦକ ହେମନ୍ତ ପଟନାୟକ,ପ୍ରତାପ ଦାସ,ଅରୁଣ କୁମାର ସାହୁ,ସଂଜୟ ବିଶ୍ୱା. ଦେବେନ୍ଦ୍ର ପଢିଆରୀ ପ୍ରମୁଖ ସଦସ୍ୟ ଉସ୍ଥିତ ରହି ମନ୍ଦିରକୁ ଆସୁଥିବା ସ୍ୱଳ୍ପସଂଖ୍ୟକ ଭକ୍ତ ମାନଙ୍କୁ କୋଭିଡ ନାୟମ ପାଳନ କରି ମାସ୍କ,ସାନିଟାଇଜର ବଟଂନସହ ସାମଜିକ ଦୂରତା ଅବଲମ୍ବନକରିବା ପାଇଁ ପରାମର୍ଶ ଦେଇଥିଲେ । ଠିକ ସେହିପରି ସୁବଷବୋଷ ଛକ ,ତାମିଲକ୍ୟାମ୍ପ ହନୁମାନ ମନ୍ଦିର,ଓଏରହାଉସ, ଚାଉଳଗୋଦାମ,ଏନଏଏସି ପରିସରରେ ଥିବା ହନୁମାନ ମନ୍ଦିରରେ ହନୁମାନଜୟନ୍ତୀ ପାଳିତ ହୋଇଯାଇଛି ।ବିଭିନ୍ନ ମନ୍ଦିର ଓ ଦେବାଦେବିପିଠରେ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ନିଜ ନିଜଘରକୁ ଆଲୋକ ମାଳାରେ ସୁସଜିତକରି ପଣା ଓ ମିଷ୍ଟାନ ବଟଂନକରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.