Home Top News ମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ, ରାଷ୍ଟ୍ରିୟ ଛାତ୍ର...

ମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ, ରାଷ୍ଟ୍ରିୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନିରଜ କୁନ୍ଦନଜୀ ଯୋଗଦେବେ।

28

ଭୁବନେଶ୍ୱର ୨୮.୦୨ (ଓଡ଼ିଆ ପୁଅ) – ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ବେଲଗାମ ଦରଦାମ ବୃଦ୍ଧି ଓ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଭାପତି ଶ୍ରୀ ନିରଜ କୁନ୍ଦନଜୀ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଂପାଦକ ତଥା ତ୍ତ୍ୱଓଡ଼ିଶା ପ୍ରଭାରୀ ଶ୍ରୀ ରୋସନଲାଲ ବିଟୁ ଯୋଗଦେବେ। ଶ୍ରୀ କୁନ୍ଦନଜୀ ପ୍ରଥମେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଦିନ ୧୧ ଘଂଟା ସମୟରେ ଉଦବୋଧନ ଦେବେ। ଏହା ପରେ ଦିନ ୧୨ ଘଂଟା ସମୟରେ କଂଗ୍ରେସ ଭବନରୁ ଏକ ବିକ୍ଷୋଭ ରାଲି ନବୀନ ନିବାସ ଅଭିମୁଖେ ଯିବ। ଏଥିରେ ମଧ୍ୟ ଶ୍ରୀ କୁନ୍ଦନଜୀ ଯୋଗଦେବେ। ରାଜ୍ୟର ବିଭିନ୍ନ ଜିଲ୍ଲା ଛାତ୍ର କଂଗ୍ରେସର ପ୍ରତିନିଧି ଏବଂ ସମର୍ଥକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଶ୍ରୀ ନୱାଜ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.