ad
ଅପରାଧ

ମାମଲା ନମ୍ବର ୨୬୦ରେ ଆଉ ୨ନକଲି ନକ୍ସଲ ଗିରଫ

ରାୟଗଡା, ୪।୧୨(ଓଡ଼ିଆ ପୁଅ/ରବିନ୍ଦ୍ର ପାଟ୍ଟଖଣ୍ଡାଳ)- ରାୟଗଡା ଟାଉନ ଥାନ ମାମଲା ନମ୍ବର ୨୬୦ ଇଶ୍ୱର ଗୋପାଲ ଚେଟିଙ୍କୁ ମାଓବାଦୀଙ୍କ ନାମରେ ଚିଠିଦେଇ ୫୦ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗରେ କେ ମାଧବ ରାଓ ଏବଂ ଭି. ଜଗନ୍ନାଥ ଆଉ ୨ଜଣ ନକଲି ନକ୍ସଲଙ୍କୁ ପୁଲିସ ଗରିଫ କରିଛି। ପୂୂର୍ବର ଜାଦାଗାଡୁଲା ବସନ୍ତୁଙ୍କୁ ଗିରଫ କରି କୋର୍ଟ ଚାଲଣ କରଯାଇଥିବା ବେଳେ ଏହି ୨ଜଣଙ୍କୁ କୋର୍ଟ ଚାଲାଣ କରଯାଇଥିବା ପୁଲିସ ପ୍ରକାଶ କରିଛି। ରାଗୟଡା ସହରର ଗାୟତ୍ରୀ ନଗରରେ ଇଶ୍ୱର ଗୋପାଲ ଚେଟି ନାମକ ଜରେ ଠିକାଦାର ରହିଆସୁଛନ୍ତି। ତାଙ୍କ ଭାଇ ଗାନ୍ଧି ଗୋପାଲ ଚେଟିଙ୍କୁ ନକ୍ସଲ ମାନେ ହତ୍ୟା କରିବା ପରିଠାରୁ ସେ ଶିକାର ପାଇ ଛାଡି ରାୟଗଡା ଆସିଯାଇଛନ୍ତି। ତେବେ ଗତ ୨୨ତାରିଖରେ ଇଶ୍ୱର ଘରେ ନଥିବା ଅବସ୍ଥାରେ ଜଣେ ଅଚିହ୍ନା ବ୍ୟକ୍ତି ଏକ ବନ୍ଦ ଲଫାପା ନେଇ ମାଓବାଦୀ ନେତା ଚେଲପତିଙ୍କ ଜରୁରୀ ଚଠି କହି ତାଙ୍କ ଭାଉଜଙ୍କୁ ଦେଇଆସିଥିଲେ। ଚଠିଟି ସମ୍ପୂର୍ଣ୍ଣ ତେଲୁଗୁ ଭାଷାରେ ଲୋଖାଯାଇଥିବା ବେଳେ ତାହା ପଢ଼ି ଚିଠିଟି ସିପିଆଇ ଏମଏଲ ପକ୍ଷରୁ ଦିଆଯାଇଥିବା ଇଶ୍ୱର ଜାଣିପାରିଥିଲେ। ସେଥିରେ ଧମକପୂର୍ଣ୍ଣ ଭାଷାରେ ୫୦ଲକ୍ଷ ପାର୍ଟି ଚାନ୍ଦା ମାଗିବାସହ ତୁରନ୍ତ ନଦେଲେ ପରିଣାମ ଭୟାବହ ହେବବୋଲି ସେଥିରେ ଉଲେଖ ରହିଥିଲା। ଚିଠିପଢ଼ି ଇଶ୍ୱର ତୁରନ୍ତ ପୁଲିସର ଦ୍ୱାରାସ୍ଥ ହୋଇ ଏତଲା ଦେଇଥିଲେ। ଏତଲାକୁ କେସ ନମ୍ବର ୨୬୦/୨୬.୧୧.୨୦୧୮ପ୍ରକାରେ ପଞ୍ଜିକରଣ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଟଙ୍କା ତୁରନ୍ତ ଦେବାପାଇଁ ଦାବି କରଥିଲେ। ଯଦି ସମ୍ପୂର୍ଣ୍ଣ ଟଙ୍କା ନାଥାଏ ତେବେ ଅତିଶିଘ୍ର ୨୦ଲକ୍ଷ ଯୋଗାଡ କରି ସହରର ଡିଆଇସି ଛକରେ ଦେବାକୁ ଯୁବକ ଜଣକ ଫୋନଯୋଗେ ନିର୍ଦ୍ଦେଶ ଦେଇଥିଲା। ଦିନ ସମୟକୁ ଭିତିକରି ପୁଲିସର ଏକ ଟିମ ସାଦା ପୋଷାକରେ ସାରା ଛକରେ ଛପିରହିଥିଲେ। ପୂର୍ବରୁ ଚାନ୍ଦା ମାଗୁଥିବା ବ୍ୟକ୍ତି ଜଣକ ଗେଟିଏ ମଟର ସାଇକଲରେ ଆସି ପୂର୍ବରୁ ଉପସ୍ଥିତ ଥିବାବେଳେ ଇଶ୍ୱର ଏକ ବୁଲେଟ ନମ୍ବର ଓଡି୧୮ଡି. ୧୯୨୯ ଗାଡିରେ ଡିଆସି ଛକରେ ପହଞ୍ଚିଥିଲେ। ଛକଠାରୁ କିଛି ଦୂର ଏକ ଆପାର୍ଟମେଣ୍ଟ ସମ୍ମୁଖରେ ହାତରେ ଏକ ଭୂଜାଲି ଧରି ଇଶ୍ୱରଙ୍କୁ ବ୍ୟାଗ ଦେବାପାଇଁ ଯୁବକ ଜଣକ କହିଥିଲେ। ଘଟଣାସ୍ଥଳରେ ଲୁଚିରହିଥିବା ପୁଲିର ଜାଲରେ ଯୁବକ ଜଣକ ଛନ୍ଦି ହୋଇଯାଇଥିଲା। ସେଠାରୁ ଜାଦାଗାଡୁଲା ବସନ୍ତକୁ ଗିରଫ କରିବାପରେ ପଚରା ଉଚୁରା ବେଳେ କେ. ମାଧବରାଓ ଏବଂ ଭି.ଜଗନ୍ନାଥ ତାର ସହୋଯୋଗି ଥିବା ପ୍ରକାଶ କରିଥିଲା। ବୟନକୁ ଆଧାର କରି ପଳିସ ରାୟଗଡା କସ୍ତୁର ନଗର ୨ଗଳିରେ ରହୁଥିବା ମାଧବ ଏବଂ ଚାନ୍ଦିଲି ଥାନ ଅନ୍ତର୍ଗ=ତ ଭିଡିଓ ହଲ ଲେନରେ ରହୁଥିବା ଜଗନ୍ନାଥଙ୍କୁ ଗରିଫ କରିଛି। ଦଫା ସେକସନ ୧୨୦ବି, ୫୦୬, ୫୦୭, ୩୮୭, ୩୪ଆଇପିସି ୨୭ଆର୍ମଆକ୍ଟ ଅନୁସାରେ ଗରିଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top