Home ଜିଲ୍ଲା ପରିକ୍ରମା ମାନବାଧିକାର କର୍ମୀ ସ୍ୱର୍ଗତଃ ରାଧାକାନ୍ତ ତ୍ରିପାଠୀଙ୍କ ସ୍ମୃତି ସମାରୋହ ପାଳିତ

ମାନବାଧିକାର କର୍ମୀ ସ୍ୱର୍ଗତଃ ରାଧାକାନ୍ତ ତ୍ରିପାଠୀଙ୍କ ସ୍ମୃତି ସମାରୋହ ପାଳିତ

8

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ତଥା ମାନବାଧିକାର କର୍ମୀ ୰ ରାଧାକାନ୍ତ ତ୍ରିପାଠୀଙ୍କ ସ୍ମୃତିରେ ତାଙ୍କ ଜନ୍ମ ମାଟି ତଳଗୋପବିନ୍ଧା ଠାରେ ଶତାଧିକ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ନେଇ ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଅଛି । ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟର ସମ୍ପାଦକ ଜଗନ୍ନାଥ କରଙ୍କ ସଭାପତିତ୍ୱରେ ଉପସ୍ଥିତ ବ୍ୟକ୍ତିମାନେ ସ୍ୱର୍ଗତ ତ୍ରିପାଠୀଙ୍କର ବହୁମୂଖୀ ସମାଜିକ କାର୍ଯ୍ୟାବଳି ସମ୍ପର୍କରେ ଆଲୋକପାତ କରିଥିଲେ । ୰ ତ୍ରିପାଠୀ ଗାଁ ମାଟିରୁ ଆରମ୍ଭ କରି ଭାରତବର୍ଷର କୋଣ ଅନୁକୋଣରେ ଦଳିତ, ନିଷ୍ପେସିତ, ଅବହେଳିତମାନଙ୍କ ପାଇଁ ନିଜ ଜୀବନକୁ ଉର୍ତ୍ସଗ କରିଥିଲେ । ସାଳନ୍ଦୀ ନଦୀ, ରେବ-କପାଳୀ ନଦୀ ସଂସ୍କାର ଦ୍ୱାରା କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ, ହୀରାକୁଦ ଅବବାହିକାରେ ବିସ୍ଥାପିତମାନଙ୍କୁ କ୍ଷତିପୂରଣ, କୁନ୍ଦୁଲି ଗଣହତ୍ୟା ପିଡ଼ିତାଙ୍କୁ ନ୍ୟାୟ ହେଉ ବା କୁଷ୍ଠ ରୋଗୀମାନଙ୍କୁ ଜମି ପଟ୍ଟା, ପରିଚୟ ପତ୍ର ପ୍ରଦାନ ହେଉ କିମ୍ବା କିନ୍ନରମାନଙ୍କୁ ମୂଖ୍ୟ ସାମାଜିକ ସ୍ରୋତରେ ସାମିଲ କରିବା ହେଉ ପ୍ରତିଟି କ୍ଷେତ୍ରରେ ତାଙ୍କର ପ୍ରଚେଷ୍ଟା ଦ୍ୱାରା କୋଟି, କୋଟି ଲୋକ ଉପକୃତ ହେଉଥିଲେ । ଉକ୍ତ ସଭାରେ ଦୈନିକ ଖବର କାଗଜ ନିତିଦିନର ସମ୍ପାଦକ ମନୋଜ ମହାପାତ୍ର, ସୁସାହିତ୍ୟିକ ଡ଼. ହୃଦାନନ୍ଦ ପାଣିଗ୍ରାହୀ, କାବ୍ୟଚନ୍ଦ୍ର ସାରଥି ପଣ୍ଡା, କବି ମନୋଜ ପଣ୍ଡା, ମଂଚ କଳାକାର କାଳନ୍ଦୀ ମଳିକ, ନାରାୟଣ ତ୍ରିପାଠୀ, ବିଦ୍ୟୁତ୍‌ଲତା ନାୟକ, ପ୍ରତାପ ଜେନା, ଦେବେନ୍ଦ୍ର ପୁହାଣ, ସୁରେନ୍ଦ୍ରନାଥ ମିଶ୍ର ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରିବା ଦିଗରେ ସୀତାକାନ୍ତ ତ୍ରିପାଠୀ, ଇତିଶ୍ରୀ ତ୍ରିପାଠୀ ସହଯୋଗ କରିଥିଲେ । ସତ୍ୟାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.