ad
ଅପରାଧ

ମାଡ଼ମାରି ଲୁଟ ଉଦ୍ୟମ ଅଭିଯୋଗରେ ଝାରଖଣ୍ଡ ଅଞ୍ଚଳର ଦୁଇ ଯୁବକ ଗିରଫ

ତୁରୁମୁଙ୍ଗା ୨୯-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – ତୁରୁମୁଙ୍ଗା ପୋଲିସ ଦୁଇ ଜଣ ଝାରଖଣ୍ଡ ଅଞ୍ଚଳର ଯୁବକଙ୍କୁ ମାଡ଼ମାରି ଲୁଟ ଉଦ୍ୟମ ଏବଂ ଜୀବନରୁ ମାରିଦେବା ଅଭିଯୋଗରେ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦୁଇ ଯୁବକ ହେଲେ ଝାରଖଣ୍ଡ ଜଗନ୍ନାଥ ପୁର ଥାନା ତୁଡ଼ାଙ୍ଗତୁ ଗ୍ରାମର ଚନ୍ଦନ ପାତ୍ର ଓ ବଳଭଦ୍ର ଗୋପ। ଗତକାଲି ତୁରୁମୁଙ୍ଗା ଗ୍ରାମର ମନୋଜ କୁମାର ପୃଷ୍ଟି ନିଜ ଗ୍ଲାମର OR-09 E ୭୦୫୮ ରେ ବୁଧବାର ସନ୍ଧ୍ୟା ୬ଟା ସମୟରେ କରଞ୍ଜିଆ ରୁ କାମ ସାରି ତୁରୁମୁଙ୍ଗା କୁ ଫେରୁଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇ ଗାଡିର ଚାବି ଛଡ଼ାଇ ନେବାକୁ ଉଦ୍ୟମ କରୁଥିଲେ ଶ୍ରୀ ପୃଷ୍ଟି ଗାଡିର ଚାବି ନଦେଇ ଚାବି ଧରି ଦୌଡ଼ି ପଳାଇ ଯାଇଥିବା ସମୟରେ ଏଇ ଦୁଇ ଯୁବକ ତାଙ୍କୁ ପଛପଟୁ ପଥରେ ଆକ୍ରମଣ କରିବା ସହିତ ବେକ କୁ ଚିପି ଚାବି ନେବାକୁ ଚେଷ୍ଟା କରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇ ସେ ଧରିଥିବା ମୋବାଇଲକୁ ନେଇ ଯାଇଥିଲେ। ଶ୍ରୀ ପୃଷ୍ଟି କୌଶଳ କ୍ରମେ ତାଙ୍କ ଠାରୁ ବର୍ତ୍ତି ଯାଇ ଆସି ଥାନାର ଦ୍ୱାରସ୍ଥ ହୋଇ ଥିଲେ ପରେ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଦୁଇ ଯୁବକଙ୍କୁ ଡୁମୁରି ଗୁଡ଼ାରେ ରହୁଥିବା ଘରୁ ମୋବାଇଲ ଜବତ କରିବା ସହିତ ଥାନାକୁ ଆଣି ପଚରାଉଚରା କରିବା ପରେ ଉଭୟଙ୍କୁ ଥାନା କେଶ ନମ୍ବର ୩୦/୧୯ ଆଇ,ପି,ସି, ଧାରା ୩୪୧,୩୨୩,୩୭୯,୨୯୪,ଓ ୫୦୬ ରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଏ.ଏସ.ଆଇ ଗୁରୁପ୍ରସାଦ ଦେଓ ସୂଚନା ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top