Home ଜିଲ୍ଲା ପରିକ୍ରମା ମାଛ କଲା ଲକ୍ଷପତି ; ୧ ଲକ୍ଷ ୭୬ ହଜାରରେ ବିକ୍ରି ହେଲା ୨୨ କେଜିର...

ମାଛ କଲା ଲକ୍ଷପତି ; ୧ ଲକ୍ଷ ୭୬ ହଜାରରେ ବିକ୍ରି ହେଲା ୨୨ କେଜିର ତେଲିଆ ମାଛ

259

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନର କରୋନା ଭୟାବହତା ମଧ୍ୟରେ ଏକ ମାଛ ମାଛଧରାଳୀଙ୍କୁ କରିଛି ଲକ୍ଷପତି । ଏଭଳି ଏକ ଘଟଣା ଘଟିଛି ଚାନ୍ଦବାଲି ଅଂଚଳରେ । ମାଛ ଗୋଟିଏ ହେଲେ ତାହାର ଦାମ୍ ହୋଇଛି ୧ ଲକ୍ଷ ୭୬ ହଜାର ଟଙ୍କା । ପୂର୍ବରୁ ହୁଏତ୍ ମାଛର ଏଭଳି ଦାମ୍ କେବେ ଶୁଣାଯାଇଛି । ଏଭଳି ଦର ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ମାଛର ନାମ ତେଲିଆ ମାଛ । ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ୍ ଚନ୍ଦନୀପାଳର ଏକ ଓଜନ କଣ୍ଟାଘରରେ । ସେଠାରେ ମାଛଟିର ନିଲାମ ଡକାଯାଇଥିଲା । ମାଛନେବା ପାଇଁ ନିଲାମଧାରୀଙ୍କର ଭିଡ ମଧ୍ୟ ଜମିଥିଲା । ମାଛର ଦର ୬ ହଜାରରୁ ବଢି ବଢି ୮ ହଜାର ପର୍ଯ୍ୟନ୍ତ ଯାଇଥିଲା । ଶେଷରେ ଜଣେ ନିଲାମଧାରୀ ଏହି ୨୨ କେଜିର ମାଛକୁ ବମ୍ବେର ଏକ ମେଡିସିନ୍ କଂପାନୀକୁ କେଜି ପ୍ରତି ୮ ହଜାର ଟଙ୍କା ଅର୍ଥାତ୍ ମୋଟ ୧ ଲକ୍ଷ ୭୬ ହଜାର ଟଙ୍କାରେ ବିକ୍ରି କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.