Home ଓଡ଼ିଶା ମାଓବାଦୀ ଯବାନ ଗୁଳିବିନିମୟ,ମାଓକ୍ୟାମ୍ପ ଧ୍ୱସଂ ବହୁପରିମାଣର ଗୋଳାବାରୁଦ ବନ୍ଧୁକ ଜବତ ।

ମାଓବାଦୀ ଯବାନ ଗୁଳିବିନିମୟ,ମାଓକ୍ୟାମ୍ପ ଧ୍ୱସଂ ବହୁପରିମାଣର ଗୋଳାବାରୁଦ ବନ୍ଧୁକ ଜବତ ।

60

ମାଲକାନଗିରି,୧୬ା୯(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାପୁଲିସ କୁ ମିଳିଛି ଏକ ବଡଧରଣର ସଫଳତା,ମାଓକ୍ୟାମ୍ପ ଧ୍ୱସଂ କରିବା ସହିତ ମାଓବାଦୀଙ୍କ ଶିବିରରୁ ବହୁପରିମାଣର ଗୋଳାବାରୁଦ, ବନ୍ଧୁକ ଓ ମାଓସାମଗ୍ରୀ ଜବତ କରାଯାଇଥିବାର ଆଜି ଏକ ସାମ୍ବାଦିକ ସମ୍ମିଳିନୀରେ ମାଲକାନଗିରି ଏସପି ପ୍ରହ୍ଲାଦସାଇ ମୀନା ସୁଚନା ଦେଇଛନ୍ତି । ଏସପି ଙ୍କ ସୁଚନା ଅନୁଯାଇ ମାଲକାନଗିରି କୋରାପୁଟ ସୀମାନ୍ତ ବଦଲି ଓ କୁମିଖାରୀ ପାହଡ ରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବାର ଖବର ପାଇ ସେଠାକୁ ଏସଓଜି,ବିଏସଏଫ,ଡିଭିଏଫ ଯବାନ ମାନେ କୁମ୍ବିଂ ଅପରେସନରେ ଯାଇଥିଲେ । ଜଙ୍ଗଲରେ ଯବାନ ମାନଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚାଳାଇଥିଲେ ।ତାର ପଲଟା ଜବାବାରେ ଯବାନ ମାନେ ମଧ୍ୟ ଗୁଳି ଚାଳନା କରିଥିଲେ,ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇଘଟାଂରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିଲା ,ଯବାନ ମାନଙ୍କୁ ମୁକାବିଲା କରି ନପାରି ମାଓବାଦୀ ମାନେ ଘଚଂଜଙ୍ଗଲରେ ଛତ୍ରଭଙ୍ଗଦେଇ ପଳାଇଥିଲେ । ଏହି କ୍ୟାମ୍ପରୁ ଆନ୍ଦ୍ର କ୍ୟାର୍ଡର ଟପ ମାଓନେତା ସୁରେଶ ସୁରାନା ଖସିପଳାଇ ଥିବାର ଜଣାପଡିଛି । ମାଓକ୍ୟାମ୍ପକୁ ଧ୍ୱସଂ କରି ପରେ ଯବାନ ମାନେ ସେଠାରେ ସର୍ଚଅପରସେନ କରିବାରୁ ମାଓବାଦୀଙ୍କ ସିବିରରୁ ଗୋଟିଏ ୩୦୩ ବନ୍ଧୁକ,ଡେଟୋନେଟର,ବହୁପରିମାଣର ବିସ୍ପୋରକ ଦ୍ରବ୍ୟ, ଗୋଳାବାରୁଦ,ଓ୍ୟାକିଟକି,୧୧ଟି ମାଓବାଦୀଙ୍କ କିଟ ବ୍ୟାଗ,ବ୍ୟାନର,ଔଷଧ,ମାଓପୋଷାକ,ମାଓପୋଷ୍ଟର,ସହିତ ଅନେକ ମାଓସାମଗ୍ରୀ ଯବାନ ମାନେ ଜବତ କରିଛନ୍ତି । ଆନ୍ଦ୍ରସୀମାନ୍ତ କୁ ଖସି ପଳାଇଥିବା ମାଓନେତା ମାନଙ୍କୁ ଧରିବା ପାଇଁ ପୁଲିସ ଓ ଯବାନ ମାନଙ୍କ ପକ୍ଷରୁ ସୀମାନ୍ତ ବର୍ତି ଅଚଂଳରେ ଜୋରଦାର କୁମ୍ବିଂଅପରେସନ ଜାରିରହିଛି ବୋଲି ମାଲକାନଗରି ଏସପି ଶ୍ରୀ ମୀନା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.