ad
ଓଡ଼ିଶା

ମହୁମାଛି ଆକ୍ରମଣରେ ଜଣେ ଛାତ୍ର ମୃତ: ୫ ଛାତ୍ର ଗୁରୁତର: ରାୟଗଡା ବ୍ଳକ କାରୁବାଇ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା

ରାୟଗଡା ତା-୧୩/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ବ୍ଳକ କାରୁବାଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଗଣେଶ ପୂଜା କରିବା ପାଇଁ ଛାତ୍ର ଆନନ୍ଦ ଉଲ୍ଲାସରରେ ସଜବାଜ କରିବା ସମୟରେ ଆମ୍ବ ଡାଳର ଆବଶ୍ୟକ ଥିବା ହେତୁ। ୬ଜଣ ଛାତ୍ର ଆମ୍ବ ଡାଳ ପାଇଁ ନିକଟସ୍ଥ ଏକ ଆମ୍ବ ଗଛକୁ ଯାଇଥିଲେ। ସେଠାରେ ଥିବା ମହୁଫେଣାର ମହୁମାଛି ମାନେ ହଠାତ ଛାତ୍ର ମାନଙ୍କୁ ଆକ୍ରମଣ କରିଥିଲେ। ଛାତ୍ର ମାନଙ୍କ ମଧ୍ୟରେ ଦେବରାଜ ହୁଇକା, ବିକାଶ ମାଣ୍ତାଙ୍ଗି, ଆଶିଷ ପୁଆଲା, ପ୍ରତାନ ମାଣ୍ତାଙ୍ଗି,ରୋହିତ ହୁଇକା ଏବଂ ଶ୍ରୀକ୍ରୁ ମାଣ୍ତାଙ୍ଗି ଛାତ୍ର ରହିଥିଲେ। ମହୁମାଛି ଆକ୍ରମଣ ଶୀକାର ହୋଇଥିବା ୬ଜଣ ଛାତ୍ର ମାନେ ଗତକାଲି ସଂନ୍ଧ୍ୟା ସମୟରେ ବିଦ୍ୟାଳୟକୁ ଫେରି ଆସି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଜଗନ୍ନାଥ ମାଣ୍ତାଙ୍ଗି ଛାତ୍ରମାନଙ୍କୁ କୌଣସି ପ୍ରାଥମିକ ଚିକିତ୍ସା କରିନଥିଲେ। ସେ ସ୍କୁଲ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଜାଙ୍ଗିଲି ଗ୍ରାମର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଛାତ୍ରମାନଙ୍କୁ ନନେଇ ପ୍ରଧାନ ଶିକ୍ଷକ ମାଣ୍ତାଙ୍ଗି ଚୁପ ରହିଥିଲେ। ଚିକିତ୍ସା ନକରିବାରୁ ଦିତୀୟ ଶ୍ରେଣୀ ଛାତ୍ର ଦେବରାଜର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ହୋଇଥିବାରୁ ୧୦ କିଲୋମିଟର ଦୂର ଥିବା ଦେବରାଜଙ୍କ ଗ୍ରାମ ମୀରାବାଲିକୁ ଯାଇ ତାଙ୍କ ବାପା ମାଙ୍ଗୁଳୁ ହୁଇକାଙ୍କୁ ଖବର ଜଣାଇଥିଲେ। ଯାହା ଫଳରେ ରାତିରେ ଦିତୀୟ ଶ୍ରେଣୀ ଛାତ୍ର ଦେବରାଜ ହୁଇକାଙ୍କ ମୃତ୍ୟୁ ହୋଇଯାଇଥିଲା।ଅନ୍ୟ ୫ ଜଣ ଛାତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ହେବାରୁ ଗ୍ରାମର ଆଶା କର୍ମୀ ଜମୁନା ମାଣ୍ତାଙ୍ଗି ଘଟଣା ସମ୍ପର୍କରେ ଖବରପାଇ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଏକ ଘରୋଇ କାର ଯୋଗେ ବିଳମ୍ବିତ ରାତିରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ବର୍ତ୍ତମାନ ଗୁରୁତ୍ୱ ୫ଜଣ ଛାତ୍ରଙ୍କ ଚିକିତ୍ସା ପରେ ସମସ୍ତ ଶିଶୁ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବ ବୋଲି ଶିଶୁ ବିଶେଷଜ୍ଞ ଡ଼ାକ୍ତର ଅକ୍ଷୟ କୁମାର ଶତପଥୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି କାରୁବାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୦ଜଣ ଛାତ୍ରଛାତ୍ରୀ ଅନ୍ତେବାସୀଙ୍କ ହଷ୍ଟେଲ ରହିଛି। ସେହିପରି ଘଟଣା ସମ୍ପର୍କରେ ଖବର ପାଇଁ ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଚିକିତ୍ସାଳୟକୁ ଯାଇ ଗୁରୁତର ଛାତ୍ର ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝାସୁଝା କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର , ଉପଜିଲ୍ଲାପାଳ ପ୍ରବୀଣ କୁମାର ନାୟକ, ଭାରପ୍ରାପ୍ତ ଡିପିସି ଆନସ୍ତେଶିଆ କେରକଟା, ବିଇଓ ରଜନୀ କାନ୍ତ ସାମନ୍ତରାଏ ସହ ଶିକ୍ଷା ବିଭାଗ ଅଧିକାରୀ ଉପସ୍ଥିତ ରହି ଛାତ୍ର ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରୁଛନ୍ତି। ଛାତ୍ର ଦେବରାଜ ମୃତ୍ୟୁକୁ ନେଇ ତାଙ୍କ ବାପା ମଙ୍ଗୁଳୁ ହୁଇକା କହିଛନ୍ତି ଏହି ଘଟଣା ପାଇଁ ପ୍ରଧାନ ଶିକ୍ଷକ ଜଗନ୍ନାଥ ମାଣ୍ତାଙ୍ଗି ଦାୟୀ ବୋଲି କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top