Home ଜିଲ୍ଲା ପରିକ୍ରମା ମହିଳା ହିଂସା ବିରୋଧି ସଚେତନତା କାର୍ଯ୍ୟକ୍ରମ

ମହିଳା ହିଂସା ବିରୋଧି ସଚେତନତା କାର୍ଯ୍ୟକ୍ରମ

71

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁ ବିକାଶ ବିଭାଗର ୧୬ଦିନିଆ କ୍ୟାମ୍ପେନିଂର ୯ଦିନ ଅବସରରେ ବାଇପାସସ୍ଥିତ ଆସିଆନା ସଭାଗୃହରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରାଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଇନ୍‌ଜୀବୀ ରାଧାରାଣୀ ମହାପାତ୍ର ଯୋଗଦେଇ ଘରୋଇ ହିଂସା ଆଇନ୍ ବିଷୟରେ ଆଲୋଚନା କରିଥିଲେ। ଆସିଆନାର ସଂପାଦିକା ସୋଫିଆ ସେକ ମହିଳା ଓ ଝିଅଙ୍କ ବିରୁଦ୍ଧରେ ହେଉଥିରେ ହିଂସାର ପ୍ରତିରୋଧ କିପରି କରିପାରିବେ ସେ ବିଷୟ ଆଲୋଚନା କରିବା ସଂଗେ ସଂଗେ କିଶୋରୀ ମାନଙ୍କୁ ନିଜକୁ ସବୁବେଳେ ଶବଳା ଭାବିବା ଉଚିତ୍ ବୋଲି କହିଥିଲେ। ଶେଷରେ ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଭାଗ୍ୟଶ୍ରୀ ମହାକୁଡ, କାଦମ୍ବିନୀ ଜେନା, ପ୍ରତୀମା ବଳ, ଶତାବ୍ଦୀ ବେହୁରା, ସ୍ତିତିପ୍ରଜ୍ଞା ବଳ, ବିକାଶ ରାଉତ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.