ad
ଓଡ଼ିଶା

ମହିଳା ବନପାଳଙ୍କୁ ମାଡ ଘଟଣା, ୨୫ଦିନ ପରେବି ପୋଲିସ ହାତ ଖାଲି

ହରିଚନ୍ଦନପୁର, ତା ୮ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଆଜକୁ ୨୫ ଦିନ ପୂର୍ବରୁ ଘଟଗାଁ ରେଞ୍ଜ ଦେଉବନ୍ଧ ବନବିଭାଗ ଅଧିନସ୍ଥ ଜାମୁଯୋଡି ଗ୍ରାମ ନିକଟରେ ମୋଟରସାଇକେଲ ଯୋଗେ ଚୋରା କାଠ ନେଉଥିବା ବେଳେ ବନପାଳ ଜବତ କରିବାକୁ ଉଦ୍ୟମ କରିଥିଲେ, ହେଲେ କାଠ ମାଫିଆମାନେ ମହିଳା ବନପାଳଙ୍କୁ ଆର୍କମଣ କରିଥିବାର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ଅନୁଯାୟୀ ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ସନ୍ଧ୍ୟା ସମୟରେ ଝାଲକାଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିବାର ଦେଉବନ୍ଧ ବନପାଳ ମୋହିନୀ ମହାନ୍ତ ଖବର ପାଇ ବନସ୍କ୍ବର୍ଡଙ୍କ ସହ ସେଠାକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ। ସେଠାରୁ ଫେରୁଥିବା ସମୟରେ ଜାମୁଯୋଡି ଗ୍ରାମ ନିକଟରେ (ଓଆର-୦୯-ଏଲ-୫୦୭୭) ନମ୍ବର ମୋଟରସାଇକେଲ ଯୋଗେ ଚୋରା କାଠପଟା ଯାଉଥିବାର ଦେଖିବାକୁ ପାଇଥିଲେ। ଫଲୋ କରି ଆଟପୁର ଗ୍ରାମ ନିକଟସ୍ଥ ଚୈତନ୍ୟ ଚନ୍ଦ୍ର ସାହୁଙ୍କ ପୁଅ ଶ୍ରୀନିବାସ ସାହୁଙ୍କ ଘର ସମ୍ମୁଖରେ ମୋଟର ସାଇକେଲକୁ ଅଟକାଇ କାଠପଟା ଗୁଡ଼ିକୁ ଜବତ କରିଥିଲେ। ଚୋରା କାଠପଟା ସମ୍ପର୍କରେ ଏକ ତାଲିକା ପ୍ରସ୍ତୁତ କରୁଥିବା ବେଳେ ଶ୍ରୀନିବାସ ସାହୁ ଘରଭିତରୁ ବାହାରି ଆସିବା ସହ ଜାମୁଯୋଡି ଗ୍ରାମର ମୁରଲି ସାହୁଙ୍କ ପୁଅ ପ୍ରଭାତ ସାହୁ ମିଳିତ ଭାବେ ମହିଳା ବନପାଳଙ୍କୁ ଦୁର୍ବ୍ୟବହାର କରିବା ସହ ଆର୍କମଣ କରିଥିଲେ। ଏହି ଘଟଣା ବାବଦରେ କେନ୍ଦୁଝର ଡିଏଫଓକୁ ଜଣାଇଥିଲେ ଏବଂ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ଥାନାରେ ଉକ୍ତ ରାତି ୧୦.୩୦ ମିନିଟ ସମୟରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ତାଙ୍କ ପାଖରେ ଥିବା ଗୁରୁତ୍ବପୂର୍ଣ୍ଣ ଅଫିସିଆଲି କାଗଜପତ୍ର ଛିଣ୍ଡାଇ ନଷ୍ଟ କରିବା ସହ ତାଙ୍କ ପୋଷାକ ଛିଣ୍ଡାଇ ତାଙ୍କୁ ମାଡ ମାରିଛନ୍ତି। ଅଭିଯୋଗକୁ ଭିର୍ତ୍ତି କରି ପୋଲିସ କେଶ ନମ୍ବର ୨୬/୧୯ ଆଇପିସି ୩୪୧/ ୨୯୪/ ୧୮୬/ ୩୩୨/ ୩୫୩/ ୩୫୪/ ୪୨୭/ ୫୦୬/ ୩୪ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଆଜକୁ ୨୫ଦିନ ବିତିଯାଇଥିବା ବେଳେ ପୋଲିସ ପ୍ରଶାସନ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ପୋଲିସର ନିରବତାକୁ ନେଇ ଏଅଞ୍ଚଳର ଜନସାଧାରଣରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଲୋକମାନଙ୍କ କହିବା ଅନୁସାରେ ପୋଲିସ ଏହି ଘଟଣା ବାବଦରେ ମୋଟା ଅଙ୍କର ହାତଗୁଞ୍ଜା ନେଇ ହାତ ବାନ୍ଧି ବସିଛି, ଯାହା ଫଳରେ ଅଭିଯୁକ୍ତମାନେ ନିର୍ଭୟରେ ବୁଲୁଥିବାର ଦେଖିବାକୁ ମିଳିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top