Home ଅପରାଧ ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ

ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ

346

ହାଟଡ଼ିହି, ୧୬ । ୯ : (ଓଡିଆପୁଅ) ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କରଞ୍ଜିଆକୁ ବାହା ହୋଇଯାଇଥିବା ଜଣେ ମହିଳା ନନ୍ଦିପଦା ଗାଁର ତାମୁଳିଆ ସାହିରେ ତା ବାପଘରେ ରହି ଆସୁଥିଲା । ଗତ ସୋମାବାର ଦିନ ଘରେ କେହି ନଥିବାରୁ ସୁଯୋଗ ନେଇ ୪ଜଣ ବ୍ୟକ୍ତି ତାଙ୍କ ଘରେ ପସି ତାଙ୍କୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ । ମହିଳା ଜଣକ ଏହାର ବିରୋଧ କରିବାରୁ ସେମାନେ ତାକୁ ମାଡପିଟ କରି ଚୁପ ରହିବାକୁ ବାଧ୍ୟ କରି ଜଣେ ପରେ ଜଣେ ବଳାତ୍କାର କରିଥିଲେ । ସେ ୪ଜଣଙ୍କ ମଧ୍ୟରୁ ତିନିଜଣଙ୍କୁ ଚିହ୍ନି ପାରିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଚିହ୍ନି ନଥିବା କହୁଛି । ଏନେଇ ମହିଳା ଜଣକ ଆଜି ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ଘଟଣାଟି ପଦାକୁ ଆସିଛି । ପୁଲିସ ଅଭିଯୋଗ ପାଇବାପରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.