ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମହିମାଧର୍ମାବଲମ୍ବୀ ତଥା ମହିମା ସମାଜର ଜିଲ୍ଲା ସଭାପତି ଗଣେଶ ବାବାଙ୍କ ୮୨ ବର୍ଷରେ ପରଲୋକ ହୋଇଛି ।ଭଦ୍ରକ ଜିଲ୍ଲା ତିହିଡି଼ସ୍ଥିତ ଅଲେଖ ମହିମା ଆଶ୍ରମରେ ଶୁକ୍ରବାର ସକାଳ ୯. ୨୦ରେ ତାଙ୍କର ଦେହାନ୍ତ ହୋଇଛି କ୍ଷ ସେ ଗତ କିଛି ମାସ ହେଲା ହୃଦଜନିତ ରୋଗରେ ପୀଡ଼ିତ ଥିଲେ କ୍ଷ ସ୍ୱର୍ଗତ ଗଣେଶ ବାବା କୌପିନଧାରୀ ମହିମା ସମାଜର ଜିଲା ସଭାପତିରହି ମହିମା ସମାଜର ସଙ୍ଗଠନକୁ ସୁଦୃଢ କରିବା ସଙ୍ଗେସଙ୍ଗେ ମହିମା ଧର୍ମର ପ୍ରସାର ପ୍ରଚାର କରିଥିଲେ । ସେ ଗାଁ ଗାଁ ବୁଲି ଅଖଣ୍ଡ ମେଳା କରି ସନ୍ଥ କବି ଭୀମଭୋଇଙ୍କ ମହିମା ଧର୍ମର ଭଜନ ଗାଇ ରତ୍ରୀ ଉଜାଗର ରହି ମେଳା କରୁଥିବା ପରିବାର ସହିତ ସମାଜର ମଙ୍ଗଳ କାମନା କରିଆସୁଥିଲେ ।ମକର ସଂକ୍ରାନ୍ତି ଜୋରନ୍ଦା ମେଳା ସମୟରେ ସେ ଗାଁକୁଯାଇ ଲୋକମାଙ୍କ ଠାରୁ ଆର୍ôଥକ ସାହାଯ୍ୟଆଣି ଜୋରନ୍ଦା ମେଳାକୁ ଦଙ୍କରୁଥିଲେ ।ଏହାଛଡ଼ା ବିଭିନ୍ନ ସମସ୍ୟାରେ ଲୋକମାନେ ତାଙ୍କୁ ନିଜ ଘରକୁ ଡକାଉଥିଲେ । ସେ ମଧ୍ୟ ଲୋକ ମାନଙ୍କ ସମସ୍ୟାର ସମାଧାନ କରିପାରୁଥିଲେ ।ଯେଉଁଠି ପାଇଁ ସେ ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିଥିଲେ କ୍ଷ ତାଙ୍କ ଦେହାନ୍ତ ବେଳେ ଆଶ୍ରମରେ ଲଷ୍ମୀଧର ମଲ୍ଲିକ, ରଘୁନାଥ ପାତ୍ର, ଲଷ୍ମୀଧର ଦାସ, ବିଷ୍ଣୁଚରଣ ନାୟକ, ଧ୍ରୁବ ବାବା, ପ୍ରକାଶ ବାବା, ମନୋରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଖବର ପାଇ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ବିଭିନ୍ନ ଅଲେଖ ମହିମା ଆଶ୍ରମର ବାବାମାନେ ତିହିଡି଼ସ୍ଥିତ ଆଶ୍ରମରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବାସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ପରିକ୍ରମା କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।