Home ଓଡ଼ିଶା ମହାମହିମ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କଲା ବିଜେପି ବିଧାୟକ ଦଳ ରାଜନୈତିକ ସ୍ୱାର୍ଥ ହାସଲ କରିବା...

ମହାମହିମ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କଲା ବିଜେପି ବିଧାୟକ ଦଳ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ବିଜେଡି କଂଟିଜେନ୍ସି ଫଣ୍ଡକୁ ଅପବ୍ୟବହାର କରିଛି :ବିଜେପି

276

ଭୁବନେଶ୍ୱର, ୦୩/୦୮ (ଓଡ଼ିଆ ପୁଅ) : ଶାସକ ବିଜେଡି ରାଜନୈତିକ ସ୍ୱାର୍ଥ ହାସଲ କରିବା ଏବଂ ଭୋଟ ହାତେଇବା ପାଇଁ କଂଟିଜେନ୍ସି ଫଣ୍ଡକୁ ଅପବ୍ୟବହାର କରିଛି। କଂଟିଜେନ୍ସି ଫଣ୍ଡକୁ ଆପାତକାଳୀନ ସ୍ଥିତିରେ ବ୍ୟବହାର କରାଯାଏ। କିନ୍ତୁ ଶାସକ ବିଜେଡି ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ଯୋଜନା କରି ଏହି ଅର୍ଥକୁ ଖର୍ଚ କରିଥିଲେ। ଶାସକ ବିଜେଡି କଂଟିଜେନ୍ସି ଫଣ୍ଡକୁ ବୃଦ୍ଧି କରି ସେଥିରେ କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନାରେ ଏହି ଅର୍ଥକୁ ଖର୍ଚ୍ଚ କରିଛନ୍ତି। ରାଜ୍ୟ ସରକାର ସମ୍ବିଧାନର ଉଲ୍ଲଘଂନ କରି ଆର୍ଥିକ ଅନିୟମିତତା କରିଛନ୍ତି। ସମ୍ବିଧାନର ସୁରକ୍ଷା ଏବଂ କଂଟିଜେନ୍ସି ଫଣ୍ଡର ଅନିୟମିତତା ବିରୁଦ୍ଧରେ ଆଜି ବିଜେପିର ସମସ୍ତ ବିଧାୟକମାନେ ବିରୋଧୀଦଳର ନେତା ପ୍ରଦୀପ୍ତ କୁମାର ନାୟକଙ୍କ ନେତୃତ୍ୱରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବା ସହ ଘଟଣାରେ ମହାମହିମଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ରାଜ୍ୟସରକାର ୨୦୧୮-୧୯ କଂଟିଜେନ୍ସି ଫଣ୍ଡରେ ୪୦୦ କୋଟି ଟଙ୍କା ଥିବାବେଳେ ତାକୁ ଉଦ୍ଦେଶ୍ୟମୁଳକ ଭାବେ ଏହାକୁ ୧୪୦୦ କୋଟିକୁ ବୃଦ୍ଧି କରିଥିଲେ। ଆଇନ ଅନୁଯାୟୀ କେବଳ ଆପାତକାଳୀନ ସ୍ଥିତିରେ ହିଁ କଂଟିଜେନ୍ସି ଫଣ୍ଡକୁ ବ୍ୟବହାର କରାଯାଇ ପାରିବ। କଂଟିଜେନ୍ସି ଫଣ୍ଡର ଅର୍ଥକୁ ଏସଡିଆରଏଫ ନିୟମାବଳୀ ଅନୁସାରେ ରାଜ୍ୟସରକାର କେବଳ ବିର୍ଯ୍ୟଯୟ ସମୟରେ ଉଦ୍ଧାର ଓ କ୍ଷୟକ୍ଷତି ପୁର୍ନଗଠନ ନିମନ୍ତେ ଖର୍ଚ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଶାସକ ଦଳ ତାହା ନକରି ରାଜନୈତିକ ଉଦ୍ଦେଶ୍ୟ ଚରତାର୍ଥ କରିବାକୁ ଯାଇ ଏହି ଅର୍ଥକୁ ଖର୍ଚ କରିଛନ୍ତି। ଯାହା ଫଳରେ ଫନି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟକୁ ଅର୍ଥାଭାବରୁ ରାଜ୍ୟସରକାର ସଠିକ୍ ଭାବେ ସୁବ୍ୟବସ୍ଥିତ କରିପାରିଲେ ନାହିଁ। ରାଜ୍ୟ ସରକାର ଲୋକଙ୍କୁ ସ୍ଥାନନ୍ତର କଲେ କିନ୍ତୁ ଫନି ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ବିଫଳ ହେଲେ ବୋଲି ଶ୍ରୀ ନାୟକ କହିଛନ୍ତି।

କଂଟିଜେନ୍ସି ଫଣ୍ଡରୁ ରାଜ୍ୟ ସରକାର ଜାନୁଆରୀ ମାସରୁ ଅର୍ଥ ନେଇଥିଲେ। ସେଥିପାଇଁ ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ମୁକାବିଲା ହୋଇପାରିଲା ନାହିଁ। କାଳିଆଯୋଜନାରେ ଚାଷୀ ମାନଙ୍କୁ ଚିହ୍ନଟ ନକରି ଭୋଟ ହାତେଇବା ନାଁରେ ଯୋଜନା କରି ସମ୍ବିଧାନର ନିୟମକୁ ରାଜ୍ୟସରକାର ଉଲ୍ଲଂଘନ କରିଛନ୍ତି। ସମସ୍ତ ଘଟଣା ସଂପର୍କରେ ଅବଗତ ହେବା ପରେ ମହାମହିମ ପଦକ୍ଷେପ ନେବେ ବୋଲି ବିଧାୟକ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ବୋଲି ବିରୋଧୀ ଦଳର ସଚେତକ ମୋହନ ମାଝି କହିଛନ୍ତି।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ବିଜେପିର ସମସ୍ତ ୨୩ ଜଣ ବିଧାୟକ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.