Home ଜିଲ୍ଲା ପରିକ୍ରମା ମହାବୀର ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ, ଉତ୍ସବମୁଖର ଗାଁ ଦାଣ୍ଡ

ମହାବୀର ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ, ଉତ୍ସବମୁଖର ଗାଁ ଦାଣ୍ଡ

7

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡିପୀଠ ନିକଟସ୍ଥ କୁଳେଇପଦା ଗାଁରେ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ରୀତିନୀତି ଅନୁଯାଇ ଅନୁଷ୍ଠିତ ହେଉଛି। ବ୍ରାହ୍ମଣ , ପୁରହିତଙ୍କ ମନ୍ତ୍ରପାଠ ଓ ବେଦପାଠରେ ମୁଖରିତ ଗାଁ ଦାଣ୍ଡ। ପ୍ରଥମଦିନରେ ରୀତିନୀତି ଅନୁଯାୟୀ ଗାଁର ମହିଳା ଓ ପୁରୁଷମାନେ ଏକ ଶୋଭାଯାତ୍ରାରେ ଘଂଟା, କିର୍ତନ, ତେଲିଙ୍ଗି ବାଦ୍‌୍ୟ ଦ୍ୱାରା ଦୀର୍ଘ ୨କିମି ଦୂର ଷାଠିବାଙ୍କୁଡା ଓ ବୋଡକ ଠାରେ ଥିବା ପୂଣ୍ୟତୋୟା ବୈତରଣୀ ନଦୀଘାଟରେ କଳସ ଉତୋଳନ କରିବା ପରେ ନୂତନ ଭାବେ ନିର୍ମିତ ହୋଇଥିବା ହନୁମାନଙ୍କ ପୂଜାମଣ୍ଡପରେ ସ୍ଥାପନ କରିଥିଲେ। ପରେ ରୀତିନୀତି ଅନୁଯାୟୀ ପୂଜାପାଠ ସହ ଯଜ୍ଞ, ପ୍ରାଣପ୍ରତିଷ୍ଠା, ସ୍ନାନ, ସୁନ୍ଦରାକାଣ୍ଡ ଆଦି ଅନୁଷ୍ଠିତ ହେଉଅଛି। ଏହି ପ୍ରତିଷ୍ଠା ଉତ୍ସବ ଆସନ୍ତା ଶୁକ୍ରବାର ଯାଏଁ ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ କହିଛନ୍ତି। ପ୍ରତିଦିନ ସଂଧ୍ୟାରେ ସଂଧ୍ୟା ଆଳତୀ ଓ ଭଜନକିର୍ତନ ସହ ପାରାୟଣ, ରାମଚରିତମାନସ, ପ୍ରବଚନ ଭଜନସଂଧ୍ୟା ଆଦି ଅନୁଷ୍ଠିତ ହେଉଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.