Home ଜିଲ୍ଲା ପରିକ୍ରମା ମହମ୍ମଦ ହନିଫ ସ୍ମୃତି କମିଟି ପକ୍ଷରୁ ସଂସ୍କୃତି ଭବନରେ ସ୍ମୃତିସଭା

ମହମ୍ମଦ ହନିଫ ସ୍ମୃତି କମିଟି ପକ୍ଷରୁ ସଂସ୍କୃତି ଭବନରେ ସ୍ମୃତିସଭା

5

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହମ୍ମଦ ହନିଫ ସ୍ମୃତି କମିଟି ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ହନିଫଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସଂସ୍କୃତି ଭବନ ଠାରେ ଆଜି ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ତଥା ସ୍ମୃତି କମିଟିର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଦିଲ୍ଲୀପ ରାଉତରାଏ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ରତିକାନ୍ତ ମହାନ୍ତି, ଅନ୍ୟତମ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଅଧ୍ୟାପକ ଦତାତ୍ରୟ ଦାସ ଓ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକୀ ଦଲୱାଜି ହବିବ, ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ଡାକ୍ତର ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇ ମହମ୍ମଦ ହନିଫଙ୍କ ତ୍ୟାଗ, ନିଷ୍ଠା, ଧର୍ମନିରପେକ୍ଷତା ଓ ମଣିଷପଣିଆ ସମ୍ପର୍କରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରେ ସ୍ମୃତି କମିଟିର ଉପଦେଷ୍ଟା ଏସ.ଏମ. ଫାରୁକ୍ କମିଟି ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କମିଟିର ସଂପାଦକ ଅନୱର ହୋସେନ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଅନୁଷ୍ଠିତ ସଭାରେ ଚଳିତବର୍ଷ ଓଏଏସ୍ ପାଇଥିବା ମିର୍ଜା ହୈଜ ଅହେମ୍ମଦ କାଦ୍ରୀଙ୍କୁ ସ୍ମୃତି କମିଟି ପକ୍ଷରୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିବାବେଳେ ସ୍ମୃତି କମିଟି ପକ୍ଷରୁ ତାଙ୍କ ପିତା-ମାତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଧନ୍ୟବାଦ ଦେଇଥିଲେ ଅଧିବକ୍ତା ପବନ ଶର୍ମା। ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସମାଜସେବୀ ସୁଧାକର ରାଉତ, ଜିଲା ବରିଷ୍ଠ ନାଗରିକ ସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି , ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର, ଆଇନ୍‌ଜୀବୀ ଗିରୀଧାରୀ ନାଥଙ୍କ ସମେତ ବହୁ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.