Home ଜିଲ୍ଲା ପରିକ୍ରମା ମହତାବ କୋଠିରେ ପବିତ୍ର ଗାନ୍ଧି ଜୟନ୍ତୀ ପାଳିତ

ମହତାବ କୋଠିରେ ପବିତ୍ର ଗାନ୍ଧି ଜୟନ୍ତୀ ପାଳିତ

61

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଐତିହାସିକ ପୀଠ ମହତାବ କୋଠି ପରିସରରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧି ଜୟନ୍ତୀ କମିଟିର ଜିଲ୍ଲା ସଭାପତି ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଆଜି ଜିଲ୍ଲାପାଳ ଜ୍ଞାନ ଦାସ, ଅତିରିିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ,ଡିଆରଡିଏ. ପି.ଡି ମଧୁସୂଦନ ଦାଶ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲକ ଚନ୍ଦ୍ର ବେହେରା,ସଂସ୍କୃତି ଅଧିକାରୀ ମନୋସ୍ୱିନୀ ରାଉତ .କମିଟିର ସଂପାଦକ ଅପୂର୍ବ ରଂଜନ ବେହେରା ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପ୍ରାତଃ ସମୟରେ ପୁଷ୍ପମାଲ୍ୟାପର୍ଣ କରିଥିଲେ । ପରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ସମାଜସେବୀ ଲକ୍ଷ୍ମୀ ମହାପାତ୍ର,କବି ରମେଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟବକ୍ତାଭାବେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥିଭାବେ ôଭଦ୍ରକ ଜିଲ୍ଲା ଅଭିକର୍ତ୍ତା ସଂଘର ସଭାପତି ସନାତନ ଜେନା,ସଂପାଦକ ରବୀନ୍ଦ୍ର ସାହୁ,ଗୋବର୍ଦ୍ଧନ ପଣ୍ଡା ,ଅମୂଲ୍ୟ ରାଉତ.ସାମ୍ବାଦିକ ଛାୟାକାନ୍ତ ପୁଣ୍ଟିଆ,ଖଟୁଆ ବାବୁ ପ୍ରମୁଖ ଉପସ୍ଥିତ ହୋଇ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ଜୟନ୍ତି କମିଟିର ସଭାପତି ରବି ନାରାୟଣ ଖିଲାର ସଭାପତିତ୍ୱ କରିଥିବାବେଳେ ସଂପାଦକ ଅପୂର୍ବ ରଂଜନ ବେହେରା ଧନ୍ୟବା୍‌ଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.