Home ଜିଲ୍ଲା ପରିକ୍ରମା ମମ ର୍ଦୁନ୍ତ ଦୁର୍ଘଟଣା,ଟ୍ୟାଙ୍କର ଧକ୍କାରେ ବାଇକ ଆରୋହି ମୃତ,ଜଣେ ଗୁରୁତର

ମମ ର୍ଦୁନ୍ତ ଦୁର୍ଘଟଣା,ଟ୍ୟାଙ୍କର ଧକ୍କାରେ ବାଇକ ଆରୋହି ମୃତ,ଜଣେ ଗୁରୁତର

166

ମାଲକାନଗିରି,୧୫ା ୪(ଓଡିଆ ପୁଅ ) ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ମମ ର୍ଦୁନ୍ତ ଦୁର୍ଘଟଣା ଘଟିଛି,ଟ୍ୟାଙ୍କର ଧକ୍କାରେ ବାଇକ ଆରୋହିର ବେକରୁ ମୁଣ୍ଡ ଛିଡିଯାଇ ମୃତ୍ୟୁଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ପାଙ୍ଗାମ ପଚାଂୟତ ସିରିବେଢା ଛକ ଠାରେ । ମାଥିଲି ବ୍ଲକସ୍ଥ ନାୟକଗୁଡା ପଚାଂୟତ ପାକାନାଗୁଡା ଗ୍ରାମର ଗୋପବନ୍ଧୁ କପେ(୨୦) ଓ ମଙ୍ଗଳା କପେ(୧୯) ଓଡି୩୦ଡି୫୧୧୭ ନମ୍ବର ହୋଣ୍ଡାସାଇନ ମଟରସାଇକେଲ ରେ କୌଣସି କାମରେ ବୁଧବାର ରାତ୍ରରେ ପାଙ୍ଗାମ ବଜାରକୁ ଯାଇଥିଲେ । ସେମାନେ କାମ ସାରି ନିଜଘରକୁ ଫେରୁଥିବା ସମୟରେ ମାଲକାନଗିରି ଠାରୁ ଜୟପୁର ଅଭିମୁଖେ ଦୃତ ଗତିରେ ଯାଉଥିବା ସିଜି୦୪ଏମଏଲ୮୦୧୯ନମ୍ବର ଟ୍ରକ (ଟ୍ୟାଙ୍କର) ହଟାତ ଉକ୍ତବାଇକ କୁ ପାଙ୍ଗାମ ସିରିବେଡା ଛକଠାରେ ଧକ୍କାଦେଇ ଥିଲା । ଫଳରେ ବାଇକ ଆରୋହି ଦୁଇଜଣ ରାସ୍ତାକୁ ଛିଟିକି ପଡିଥିଲେ । ଗୋପବନ୍ଧୁ କପେ ଙ୍କର ବେକରୁ ମୁଣ୍ଡଛିଡି ଯାଇ ଘଟଣାସ୍ଥଳରେ ମୃତ୍ୟୁଘଟିଥିବା ବେଳେ ମଙ୍ଗଳାକପେ ଗୁରୁତର ଭାବେ ଆହତ ହୋଇଛନ୍ତି । ଧକ୍କାଦେଇ ଟ୍ୟାଙ୍କର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ନିକଟସ୍ଥ ଗ୍ରାମବାସୀ ସଙ୍ଗେ ସଙ୍ଗେ ମାଥିଲି ଥାନା ଓ ୧୦୮ ଆମ୍ବୁଲାନ୍ସକୁ ଫୋନକରିଥିଲେ । ଘଟଣାସ୍ଥଳରେ ମାଥିଲି ଥାନା ପୁଲିସ ପହଁଚି ଗ୍ରାମବାସୀଙ୍କ ସହୟାତାରେ ଆହତ ଯୁବକ ମଙ୍ଗଳା ଙ୍କୁ ମାଥିଲି ହସପିଟାଲ କୁ ପଠାଇଥିଲେ । ସେଠାରେ ମଙ୍ଗଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଲକ୍ଷ୍‌ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଡାକ୍ତର ମାନେ ସ୍ଥାନାନ୍ତର କରିଛନ୍ତି । ପୁଲିସ ମୃତ ଶରୀର ଜବତକରି ଶବ ବ୍ୟବଛେଦ ନିମନ୍ତେ ପଠାଇନ୍ଦନ୍ତ ଆରମ୍ଭ କରିଛନ୍ତି । ମାଥିଲି ଥାନା ଅଧିକାରୀ ଜଗନ୍ନାଥମାଝି ଓ ପୁଲିସ ସଦଳବଳ ତଦନ୍ତ କରି ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଟିକୁ ଜବତ କରିଛନ୍ତି । ଆଜି ଗୋପବନ୍ଧୁ କପେଙ୍କର ଶବବ୍ୟବଛେଦ ପରେ ତାଙ୍କପରିବାରଙ୍କୁ ପୁଲିସ ଶବହସ୍ତାନ୍ତର କରିଛନ୍ତି । ଗତକାଲିର ଦୁର୍ଘଟଣା ଏତେ ଭୟଙ୍କର ଥିଲା ଓ ଗୋବିନ୍ଦ କପେଙ୍କ ମୁଣ୍ଡ ଅଲଗା ହୋଇଯିବାର ଭିଭତ୍ସ ଦୃଶ୍ୟ ଦେକି ଦୋଖଣାହାରିଙ୍କ ଲୋମଟାଙ୍କୁରି ଉଠିଥିଲା । ଗୋବିନ୍ଦ କପେଙ୍କ ଅକାଳ ମୃତ୍ୟୁ ରେ ସମଗ୍ର ନାୟକଗୁଡା ଅଚଂଳରେ ଶୋକର ଛାୟା ଖେଳି ଯାଇଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ପୁଲିସ ଖୋଜା ଚଳାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.