Home ଓଡ଼ିଶା ମନ୍ଦିରରେ ପ୍ରଶାସନିକ କଟକଣାକୁ ବେଖାତିର୍‌

ମନ୍ଦିରରେ ପ୍ରଶାସନିକ କଟକଣାକୁ ବେଖାତିର୍‌

133

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୫-ସାରା ରାଜ୍ୟରେ କରୋନାର ମୁକାବିଲା ପାଇଁ କୋଭିଡ୍‌-୧୯ ଲକ୍‌ଡାଉନ୍ ରେ ମନ୍ଦିର ମାନଙ୍କରେ କଟକଣା ଲାଗିଛି । କେବଳ ମନ୍ଦିର ପୂଜକ ମନ୍ଦିର ଭିତରକୁ ଯାଇ ପୂଜା କରି ପାରିବ । କିନ୍ତୁ ସାବିତ୍ରୀ ବ୍ରତରେ ମହିଳାମାନେ ସାମାଜିକ ଦୁରତ୍ୱକୁ ହେୟଜ୍ଞାନ କରି ପ୍ରଶାସନିକ କଟକଣାକୁ ମାନି ନଥିବା ଦେଖିବାକୁ ମିଳିଛି । ସେହିଭଳି ଏକ ଦୃଶ୍ୟ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ନାକିଠଣା ପାତାଳେଶ୍ୱର ମନ୍ଦିର ଓ ଚମ୍ପାପେଡି ଶିବ ମନ୍ଦିରରେ ଦେଖିବାକୁ ମିଳିଛି । ସତେ ଯେପରି ପୋଲିସ୍ ପ୍ରଶାସନ ସରକାରୀ କଟକଣା ପାଳନ କରିବାରେ ଅକ୍ଷମ ହୋଇଛି ।

ଏ ସମ୍ପର୍କେ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଆମେ ସବୁ ମନ୍ଦିର ସକାଳୁ ବୁଲି ବୁଲି ବନ୍ଦ କରିଥିଲୁ । ପଟିଆ ଶିବ ମନ୍ଦିରରୁ ଖବର ପାଇ ନାକିଠଣା ପାତାଳେଶ୍ୱର ମନ୍ଦିରରେ ପହଁଚିଲା ବେଳକୁ ପୂଜକ କେଉଁଆଡେ ଦୌଡି ପଳାଇଗଲା । ଏ ସମ୍ପର୍କେ ନୟାଗଡ ଉପ-ଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଜିଲ୍ଲାସାରା କଟକଣା ଲାଗିଥିଲା । କିନ୍ତୁ କିଛି ମନ୍ଦିରରେ ଲୋକମାନେ ନ ମାନି ସାମାଜିକ ଦୁରତାକୁ ବେଖାତିର କରି ସାବିତ୍ରୀ ବ୍ରତ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.