Home ଓଡ଼ିଶା ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ଏସପିଙ୍କ ନିକଟରେ ଅଭିଯୋଗ

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ଏସପିଙ୍କ ନିକଟରେ ଅଭିଯୋଗ

86

ପୁରୀ ୬-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ଏସପିଙ୍କ ନିକଟରେ ଅଭିଯୋଗ। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅଭିଯୋଗ ଆଜି ବିଧାନସଭା କୋଭିଡ ପରୀକ୍ଷା ରିପୋର୍ଟ, ଫଟୋଚିତ୍ର ପ୍ରମାଣ ସହ ଏସପି ଅଖିଳେଶ୍ବର ସିଂଙ୍କ ନିକଟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏଥି ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଡିଜିପିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ଗତକାଲି ଏ ନେଇ ସେନା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ମନ୍ତ୍ରୀ ସମୀର ଦାଶ ନିଜ କ୍ୱାରେଣ୍ଟିନ ଅବଧି ପୂର୍ଣ୍ଣ କରି କୌଣସି କୋଭିଡ ନିୟମ ଉଲ୍ଲଂଘନ କରିନଥିବା ଏବଂ ବିଧାୟକ ଉମା ସାମନ୍ତରାୟ ଆଂଶିକ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶରେ ଆସିଥିବା ସଫେଇ ଦେଇଥିଲେ। କିନ୍ତୁ ଆଜି ପୁନର୍ବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିଧାନ ସଭାରେ ଗତ ମାସ ୨୭ ତାରିଖରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ରିପୋର୍ଟରେ ଉଭୟ ସମୀର ଦାଶ ଓ ଉମା ସାମନ୍ତରାୟ କୋଭିଡ ପଜିଟିଭ ଥିବା ରିପୋର୍ଟ ଏସପିଙ୍କ ନିକଟରେ ଦାଖଲ କରିଛନ୍ତି। ଶିକ୍ଷାମନ୍ତ୍ରୀ ଓ ବିଧାୟକ ମିଛ କହିଛନ୍ତି ବୋଲି ସେନା ଅଭିଯୋଗ ଆଣୁଛି। ଏଣୁ ଉଭୟଙ୍କ ବିରୋଧରେ ସଂକ୍ରାମକ ନିରୋଧ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଅତିରିକ୍ତ ଏସପି ଅରୁଣ କୁମାର ଜେନା ଅଭିଯୋଗ ଗ୍ରହଣ କରି ଏ ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। କୋଭିଡ ପଜିଟିଭ ସତ୍ତ୍ୱେ ପୂର୍ବତନ ମନ୍ତ୍ରୀ ପ୍ରଦୀୟ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଗତ ରବିବାର ଦିନ ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଯୋଗ ଦେଇ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଘଂନ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.