Home କେନ୍ଦୁଝର ମଦ୍ୟପ ଯୁବକର ଉନ୍ମତ କାଣ୍ଡ

ମଦ୍ୟପ ଯୁବକର ଉନ୍ମତ କାଣ୍ଡ

106

ହାଟଡିହି, ୬ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କୁଣ୍ଡିସାହି ଗ୍ରାମରେ ଜଣେ ମଦ୍ୟପ ଯୁବକର ଉନ୍ମତ କାଣ୍ଡରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମର ଜଣେ ଯୁବକ ନିଶାଶକ୍ତ ହୋଇ ଗାଁରେ ବିଭିନ୍ନ ଲୋକଙ୍କ ଘରେ ପସି ଝିଅ ବୋହୁଙ୍କୁ ଟଣା ଟଣି କରିବା ସହିତ କିଛି ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା । ଗ୍ରାମବାସୀମାନେ ଉକ୍ତ ଯୁବକର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଯୁବକକୁ କାବୁକରି ଉତ୍ତମ ମଧ୍ୟମ ଦେବା ସହିତ ଏକ ଘରେ ପୁରାଇ ରଖିଥିଲେ । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଥାନାକୁ ନେବାକୁ ଯୁବକର ବାପାକୁ ଦାୟିତ୍ୱ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.