Home ଜିଲ୍ଲା ପରିକ୍ରମା ମଦମୁକ୍ତ ଓଡ଼ିଶା ଓ ଓଡିଆ ଭାଷର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ସର୍ବୋଦୟ ନେତା ନବକୃଷ୍ଣ...

ମଦମୁକ୍ତ ଓଡ଼ିଶା ଓ ଓଡିଆ ଭାଷର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ସର୍ବୋଦୟ ନେତା ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ

21

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁର୍ନିତୀ, ଭ୍ରଷ୍ଟାଚାର ବିରୋଧୀ ସଂଗ୍ରାମର ମୁଖ୍ୟ ବିନ୍ଧାଣୀ, ସର୍ବୋଦୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୧ ତମ ପବିତ୍ର ଜୟନ୍ତୀ ଅବସରରେ ସର୍ବୋଦୟ ମଣ୍ଡଳର ସଭାପତି ତଥା ସମାଜସେବୀ ଅମର ପାଣିଗ୍ରଆହୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଭଦ୍ରକ କଲ୍ୟାଣୀନଗର ସ୍ଥିତ ଡ. ଅନିଲ କୁମାର ଦାଶଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବଭାରତୀୟ ସ୍ତରର ଉପସଭାପତି ସମାଜେସେବୀ ଡ. ଆଦିତ୍ୟ ପଟ୍ଟନାୟକ ମୁଖ୍ୟ ଅତିଥି, ଡ. ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଉପଦେଷ୍ଟା, ସର୍ବୋଦୟ ନେତା ଶାନ୍ତିଲତା ନାଗ, ସମ୍ମାନୀୟ ବକ୍ତା ଡ. ଉମାକାନ୍ତ ନାୟକ, ଡ. ଭାଗବତ ତ୍ରିପାଠୀ, ଅଧ୍ୟାପକ ରବି ବେହୁରିଆ, ଅଧ୍ୟାପକ ନୀହାର ରଂଜନ କର, ପ୍ରାକ୍ତନ ଶିକ୍ଷକ କାର୍ତ୍ତିକ ସ୍ୱାଇଁ, ସମାଜସେବୀ ନାରାୟଣ ଚନ୍ଦ୍ର ପୋଥାଳ, ଶିକ୍ଷାବିତ୍ ଗୟାଧର ପଣ୍ଡା, ଶୈଳେନ୍ଦ୍ର ନ।।ରାୟଣ ପାଢ଼ୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ କାର୍ତ୍ତିକ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ନିଶା ନିବାରଣ କ୍ଷେତ୍ରରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଉପସ୍ଥିତ ଅତିଥିମାନେ ନିଶାର ପ୍ରସାର ଓ ସରକାରୀ ପ୍ରୋତ୍ସାହନ ପାଇଁ ଉଦବେଗ ପ୍ରକାଶ କରିବା ସଙ୍ଗେସଙ୍ଗେ ଛାତ୍ର ଓ ଯୁବ ସମାଜ ଉପରେ ଏହାର କୁପରିଣାମ ବିଷୟରେ ସତର୍କ କରିଥିଲେ। ନିଶାର ବ୍ୟାପକତା ପାଇଁ ଆଜି ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ବିଭିନ୍ନ ଅପରାଦବକ ଘଟଣା ବଢ଼ି ଚାଲିଛି। ତେଣୁ ୧୯୫୬ ମସିହାରେ ବିଧାନସଭାରେ ପାରିତ ନିଶା ନିବାରଣ ଆଇନକୁ ତୁରନ୍ତ ଲାଗୁ କରିବାକୁ ମତପ୍ରକାଶ ପାଇଥିଲା। ଏହି ମର୍ମରେ ସର୍ବୋଦୟ ମଣ୍ଡଳ ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ୨୪ ତାରିଖ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପରୋକ୍ତ ଅତିଥିମାନଙ୍କ ବ୍ୟତୀତ ମୁକ୍ତିକାନ୍ତ ନାୟକ, ଜଗନ୍ନାଥ ରାଉତ, ବେବିକିଙ୍କର ପାଣିଗ୍ରାହୀ, ରମେଶ ଦାସ, ଆଦିତ୍ୟ ନାୟକ, ମଧୁସୁଦନ ମହାପାତ୍ର, ବାବୁଲାଲ ଦାସ, ରବିତ ବେହୁରିଆ, ପରମାନନ୍ଦ ସାହୁ, ନାରାୟଣ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.