Home ଓଡ଼ିଶା ମଣିଷ ଶରୀରରେ ଦେବୀ ପ୍ରବେଶ କରି ତନ୍ତ୍ର ସାଧନ ନେଇ ସଂଘର୍ଷ

ମଣିଷ ଶରୀରରେ ଦେବୀ ପ୍ରବେଶ କରି ତନ୍ତ୍ର ସାଧନ ନେଇ ସଂଘର୍ଷ

257

ବଲାଙ୍ଗୀର, ୨୫-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖଇରମାଲ ଗ୍ରାମରେ ଗୁଣିଗାରେଡି କରିବା ଅଭିଯୋଗ କରି ଗୋଷ୍ଟି ସଂଘର୍ଷ ଘଟିଛି। ଏପରିକି ଗୁରୁତର ଆହତ ଅବସ୍ଥାରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ୩ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ସୂଚନା ଅନୁଯାୟୀ ମୁରିବାହଲ ଥାନା ଅନ୍ତର୍ଗତ ଖଇରମାଲ ଗ୍ରାମର ପୀତବାସ ହାତୀ (୫୦) ନାମକ ଜଣେ ବ୍ୟକ୍ତି ଗ୍ରାମରେ ଗୁଣି, ଗାରେଡି, ତନ୍ତ୍ର, ମନ୍ତ୍ର ଆଦି ପୂଜାପାଠ କରିଥାନ୍ତି। ଏଥି ପାଇଁ ତାଙ୍କ ନିକଟକୁ ଆଖ, ପାଖ ଅଞ୍ଚଳର ଅନେକ ଲୋକ ଆସିଥାନ୍ତି। ଗତ ଦଶ ମାସ ତଳେ ଉକ୍ତ ଗ୍ରାମର ହେମରାଜ ହାତୀ ପୁଷ୍ପାଞ୍ଜଳି ହାତୀଙ୍କୁ ଵିଵାହ କରିଥିଲେ। ଵିଵାହ ର ଏକ ମାସ ପରେ ହଠାତ ପୁଷ୍ପାଞ୍ଜଳି ମୁଣ୍ଡ ହଲେଇ ଆଶ୍ଚର୍ଯ୍ୟ ଜନକ ବ୍ୟବହାର କରି ତାଙ୍କ ଶରୀର କୁ ଦେବୀ ଆସିଥିବା ଓ ପୀତବାସ ହାତୀ ପଠେଇ ଦେଇଥିବା କହିଥିଲେ। ପ୍ରାୟ ତିନି ଘଣ୍ଟା ପରେ ସେ ଅଚେତ ହୋଇ ପଡିଯାଇ ପୁନଃ ସ୍ୱାଭାବିକ ଅବସ୍ଥାକୁ ଚାଲିଆସିଥିଲେ। ଏପରି ପରେ ଆଉ ଚାରି ଥର ସେପରି ଦେବୀ ଆସିଲେ ସେ ନିଜ ଘରୁ ଦୌଡ଼ି, ଦୌଡ଼ି ଉକ୍ତ ଗୁଣିଆ ପିତାମ୍ବର ଘରକୁ ଯାଇ ଦୁଇ, ତିନି ଘଣ୍ଟା ରହି ପୂର୍ବପରି ଅଚେତ ହୋଇ ସାଧାରଣ ହୋଇ ଘରକୁ ଫେରୁଥିଲେ।ସେ ସମୟରେ ଅନେକ ଲୋକେ ତାଙ୍କୁ ନା, ନା ପ୍ରକାର ପ୍ରଶ୍ନ ପଚାରି ବୁଝିବା ସହ ପୂଜାପାଠ ବି ଲୋକେ କରୁଥିଲେ। ଏ ନେଇ ପୁଷ୍ପାଞ୍ଜଳି ଙ୍କ ପରିବାର ଲୋକେ ପୀତବାସ ଏହି ଗୁଣି କାର୍ଯ୍ୟ ରେ ତାଙ୍କୁ ବ୍ୟବହାର ନ କରିବା କୁ ବାରମ୍ବାର କହୁଥିଲେ, ହେଲେ ତାଙ୍କ କଥା ସେ ନ ଶୁଣିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଏ ନେଇ ପୂର୍ବରୁ ଛୋଟ, ବଡ଼ ଗଣ୍ଡଗୋଳ ବି ଘଟିଥିବା ଜଣାଇ ଛନ୍ତି। ସେହିପରି ଗତ ୨୨ ତାରିଖ ସନ୍ଧ୍ୟା ପ୍ରାୟ ୬ ଟା ବେଳେ ହଠାତ ସେହିପରି ଦେବୀ ଆସିବା କହି ଦୌଡି ଦୌଡ଼ି ଯାଇ ପୀତବାସ ଘରେ ପହଞ୍ଚି ଥିଲେ। ସେଠି ପୀତବାସ ହାତୀ, ତାଙ୍କ ନାତି ହେମସଗାର ହାତୀ ଓ ରାଜା ହାତୀ ପୁଷ୍ପାଞ୍ଜଳି ଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିଲେ ଓ ସେ ତଳେ ଅଚେତ ଅବସ୍ଥାରେ ପଡିରହିଥିଲେ। ସେହି ସମୟରେ ପୁଷ୍ପାଞ୍ଜଳି ଙ୍କ କକା ଷସୁର ଟିକେଚନ ହାତୀ ସେଠି ପହଂଚି ଥିଲେ ଓ ଉକ୍ତ ତିନି ଜଣ ତାଙ୍କୁ ଅନୁରୂପ ଭାବେ ଆକ୍ରମଣ କରିଥିଲେ ଓ ରାଜା ହାତୀ ଧରିଥିବା ଏକ ଟାଙ୍ଗିଆ ଚୋଟ ରେ ଟିକେଚନ ଙ୍କୁ ଆକ୍ରମଣ କରିଥିଲେ।ଫଳରେ ମୁଣ୍ଡ ଫାଟି ଅଚେତ ଅବସ୍ଥାରେ ସେ ତଳେ ପଡିଯାଇଥିଲେ। ଉକ୍ତ ସମୟରେ ପୀତବାସ ର ମୁଣ୍ଡ ରେ ମାଡ଼ ବାଜିମୁଣ୍ଡ ଫାଟିଥିଲା। ପରେ ଆମ୍ବୁଲେନ୍ସ ଯୋଗେ ତାଙ୍କୁ ଟିଟିଲାଗଡ଼ ଡାକ୍ତର ଖାନା ଆଣି ଭର୍ତ୍ତି କରାଯାଇଥିଲା। ଏ ନେଇ ପୁଷ୍ପାଞ୍ଜଳି ଙ୍କ ଶଶୁର ଗୋପୀ ହାତୀ ମୁରିବାହଲ ଥାନା ରେ ଲିଖିତ ଅଭିଯୋଗ କରି ପୀତବାସ ବିରୋଧ ରେ ସବିଶେଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତଲା ଦାୟର କରିଛନ୍ତି। ମୁରିବାହଲ ଥାନା ପି, ଏସ କେଶ ନଂ, ୧୭୬/୨୦ଧାରା ୨୯୪, ୩୨୩, ୩୨୪, ୫୦୬, ୩୪୧ଆଇ, ପି, ସି ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିବା ପୋଲିସ ପ୍ରକାଶ କରିଛି। ଉକ୍ତ ଗ୍ରାମରେ ଗୁଣି, ଗାରେଡି କରି ଗୋପୀନାଥ ହାତୀ ଙ୍କ ବୋହୂ ପୁଷ୍ପାଞ୍ଜଳିଙ୍କ ଶରୀରରେ ବାରମ୍ବାର ଏପରି ଦେବୀ ପ୍ରବେଶ କରିବା ଯୋଗୁଁ ସପରିବାର ଭୟଭୀତ ହୋଇ ରହିବା, ଓ ନା ନା ଅଘଟଣ ମାନ ଘଟୁଥିବା ବେଳେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ସହ ସବିଶେଷ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମ ରେ ଅସନ୍ତୋଷ ସୃଷ୍ଟି ହେବା ସହ ସାଧାରଣ ରେ ନା ନା ଆଲୋଚନା ପର୍ଯ୍ୟାଲୋଚନା ହେଉଛି। ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଏ ସବୁ ଘଟଣା ଘଟୁ ଅବା ଯାହା ହେଉ ପୋଲିସ ଏବେ କଣ ପଦକ୍ଷେପ ନେବ ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.