Home ଓଡ଼ିଶା ମଣିନାଗ ପାହାଡ ରାସ୍ତାକଡରୁ ଝୁଲନ୍ତା ମହିଳାଙ୍କ ଶବ ଉଦ୍ଧାର

ମଣିନାଗ ପାହାଡ ରାସ୍ତାକଡରୁ ଝୁଲନ୍ତା ମହିଳାଙ୍କ ଶବ ଉଦ୍ଧାର

113

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) -ସାରା ରାଜ୍ୟରେ ରାମ ନବମୀ ପାଳନ ହେଉଥିବା ଅବସରରେ ରଣପୁରରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ରଣପୁର ଉପର ମଣିନାଗ ରାସ୍ତାର ସପ୍ତମ ମୋଡ ଏକ ଗଛରେ ଜଣେ ମହିଳାଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା । ଦେଖଣାହାରୀ ଙ୍କଠାରୁ  ଖବର ପାଇ ରଣପୁର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ମହିଳାଙ୍କ ଶବ ଜବତ କରିଥିବା ଜଣାପଡିଛି ।

ପୋଲିସ୍ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ମୃତ ମହିଳା ଜଣକ  ହେଉଛନ୍ତି ବ୍ରଜରାଜପୁର ଗ୍ରାମପଂଚାୟତ ଗୋଳାପୋଖରୀ ଗ୍ରାମର ସୁବାସ ରାଉତରାୟଙ୍କ ପତ୍ନୀ ମାନସୀ ରାଉତରାୟ । ପୋଲିସ୍ ଶବ ଜବତ ପରେ ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଂଚନାମା ପାଇଁ ପଠାଇଥିବା ଜଣାପଡିଛି । ମହିଳା ଜଣକ  ତାଙ୍କର ୨ଟି କନ୍ୟାଙ୍କୁ ନେଇ ରଣପୁରରେ ଘରଭଡା କରି ରହି ଆସୁଥିଲେ । ସ୍ୱାମୀ ସ୍ତ୍ରୀ ଉଭୟ ଶିକ୍ଷିତ ହୋଇଥିଲେ  ମଧ୍ୟ ଚାକିରି ବାକିରି ନପାଇ ବହୁ ଅଭାବ ଅସୁବିଧାରେ ଚଳିଆସୁଥିଲେ । ମୃତ ମହିଳା ମାନସୀ ରାଉତରାୟ ଗୋଳାପୋଖରୀ ଗ୍ରାମର ଗ୍ରାମସାଥି ଭାବେ କାର୍ଯ୍ୟ କରୁଥିଲେ ଓ ମିଶନ୍ ଶକ୍ତି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀରେ କାର୍ଯ୍ୟ କରୁଥିଲେ । ମହିଳା ଜଣକ  ଋଣ ଚାପରେ ଆତ୍ମହତ୍ୟା କରିଥିବା ସଂନ୍ଦେହ କରାଯାଉଅଛି । ଗୋଳାପୋଖରୀ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ମହିଳା ଜଣକ ଜଣେ ଅମାୟିକ ଭଦ୍ର ପରୋପକାରୀ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.