Home Top News ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଉଥିବା ବ୍ୟକ୍ତିଙ୍କ ଉପରେ କଟକ ପୋଲିସର ଚଢ଼ାଉ : ବିପୁଳ ମାଞ୍ଜା...

ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଉଥିବା ବ୍ୟକ୍ତିଙ୍କ ଉପରେ କଟକ ପୋଲିସର ଚଢ଼ାଉ : ବିପୁଳ ମାଞ୍ଜା ସୂତା ଓ ନଟେଇ ଜବତ

112

କଟକ :୧୪/୧(ଓଡ଼ିଆ ପୁଅ /ଅଭୟ ଜେନା ) ଓଡ଼ିଆ ପରମ୍ପରା ମଧ୍ୟରେ ମକର ପର୍ବରେ ଗୁଡୀଉଡ଼ା କୁ ସଉକ ଭାବରେ ଗ୍ରହଣ କରିନେଇଥାନ୍ତି ସାଧାରଣତଃ କଟକବାସୀ। ମାତ୍ର ଏହି ଆନନ୍ଦଦାୟକ ସଉକ ଯେ, ନିରୀହ ଜନସାଧାରଣଙ୍କ ପାଇଁ କାଳ ହୋଇଆସେ, ତାହା ହୁଏତ ସଉକରେ ଗୁଡ଼ି ଉଡାଉ ଥିବା ବ୍ୟକ୍ତି ଟି ଜାଣି ପାରିନଥାଏ। ଗୁଡ଼ିର ମଞ୍ଜା ସୂତା ରେ ଛନ୍ଦି ହୋଇ ଅନେକଙ୍କର ଜୀବନ ଓ ସଂସାର ଉଜୁଡ଼ିଯାଏ। ଏହାର ସଦ୍ୟତମ ଉଦାହରଣ କଟକ ଜିଲ୍ଲା ପୀର ବଜାରର ଘଟଣା। ଏ ସବୁ ଦୃଷ୍ଟିରୁ ଆଜି ମକର ସଂକ୍ରାନ୍ତି ଅବସରରେଆଜି ଆକ୍ସନ ମୁଡ଼ରେ ପୋଲିସ ମଞ୍ଜା ସୂତା ଲଗାଇ ଗୁଡ଼ି ଉଡାଉ ଥିବା ବ୍ୟକ୍ତି ବିଶେଷ ଓ ଦୋକାନୀଙ୍କ ଉପରେ ଚଢ଼ାଉ କରି ଗୁଡ଼ି, ମଞ୍ଜା ସୂତା ଓ ନଟେଇ ଜବତ କରିଛି। କଟକର ଗଳି ଓ ବସ୍ତି ଅଞ୍ଚଳ ରେ ମଧ୍ୟ ଚଢ଼ାଉ ହୋଇଛି। ବାଦାମବାଡ଼ି ଥାନା ଅଧିକାରୀ ରଶ୍ମିରଂଜନ ମହାପାତ୍ର, ପୁରୀଘାଟ ଥାନା ସମେତ ବହୁ ସ୍ଥାନ ରେ ପୋଲିସ ସତର୍କ କରାଇବା ସହ ସଚେତନ କରାଇଛି। ତେବେ ଚାନ୍ଦିନୀ ଚୌକ ଅଞ୍ଚଳ ରେ ସ୍କୁଟି ରେ ଯାଉଥିବା ଜନୈକ ବ୍ୟକ୍ତି ଙ୍କ ଦେହରେ ଗୁଡ଼ି ସୂତା ଗୁଡ଼ାଇ ହୋଇଯିବାରୁ, ସେ ଅଳ୍ପକେ ରକ୍ଷାପାଇଥିବା ଜଣା ପଡିଛି।ଏଥିନେଇ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.