Home ଓଡ଼ିଶା ଭୁଷୁଡିଲା ପାହାଡ

ଭୁଷୁଡିଲା ପାହାଡ

469

ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏବେ ସବୁ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇପଡିଛି । ଏହାରି ଭିତରେ ଗଜପତି ଜିଲ୍ଲାରେ ପ୍ରବଳ‌ବର୍ଷା ହେତୁ  ଗୁମ୍ମା ବ୍ଲକ୍ ତିପିସିଂ-କୁଲମ ମଧ୍ୟରେ ଥିବା ଏକ ପାହାଡ ହଠାତ ଭୁଶୁଡି ପଡ଼ିଛି । ଫଳରେ ୪ଟି ଘର ସହିତ ଆଖପାଖରେ ଥିବା ଜୀବଜନ୍ତୁ ଓ ଘରର ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ପାହାଡ ଭୁଶୁଡିବା ଖବର ପାଇବା ପରେ ଘଟଣାସ୍ଥଳରେ ଗୁମ୍ବା ବ୍ଲକ୍ ବିଡିଓ ପହଞ୍ଚି ପରିସ୍ଥିତି ପଚାରି ବୁଝିବା ସହିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.