Home ଓଡ଼ିଶା ଭୁତଟାଙ୍କି ପାଲଟିଛି ପାନୀୟ ଜଳ ପ୍ରକଳ୍ପ ହେଉନି ବିଦ୍ୟୁତ୍ ସଂଯୋଗ

ଭୁତଟାଙ୍କି ପାଲଟିଛି ପାନୀୟ ଜଳ ପ୍ରକଳ୍ପ ହେଉନି ବିଦ୍ୟୁତ୍ ସଂଯୋଗ

131

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୮-ସରକାର ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବହୁତ ଚେଷ୍ଟା କରି ଗାଁ ଗାଁ ରେ ପାନୀୟ ଜଳ ପ୍ରକଳ୍ପ ବସାଇଛନ୍ତି । ଅନେକ ଯାଗାରେ ସରକାରୀ ଅର୍ଥ ବ୍ୟୟ ପରେ ପ୍ରକଳ୍ପ ନିର୍ମାଣ ସରିଛି । ହେଲେ ବର୍ଷ ବର୍ଷ ଧରି ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ନ ହେବାରୁ ପ୍ରକଳ୍ପ ଗୁଡିକ ଭୁତଟାଙ୍କି ଭଳି ଠିଆ ହୋଇଛି । ଅପରପକ୍ଷେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି ଗ୍ରାମବାସୀ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବ୍ରଜରାଜପୁର ଗ୍ରାମ ପଂଚାୟତ ଲତାର ପାନୀୟ ଜଳ ପ୍ରକଳ୍ପରେ । ୮ବର୍ଷ ହେଲା ପାନୀୟ ଜଳ ପ୍ରକଳ୍ପର ଓଭର ହେଡ୍ ଟ୍ୟାଙ୍କ, ଭୁ-ଗର୍ଭ ଟ୍ୟାଙ୍କ ଓ ମନ୍ଦାକିନୀ ନଦୀ ଭିତରେ ବୋରିଙ୍ଗ କରାଯାଇ ମେସିନ୍ ବସି ରହିଛି । ବିଦ୍ୟୁତ୍ ଖୁଣ୍ଟି ପଡି ତାର ଟଣା ସରିଛି । ଟ୍ରାନ୍ସଫର୍ମର ମଧ୍ୟ ବସିସାରିଛି । କିନ୍ତୁ ବିଦ୍ୟୁତ୍ ସଂଯୋଗ ନ ହୋଇପାରିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ କରୁନି ଲୋକେ ପାନୀୟ ଜଳ ପାଇବାରୁ ବଂଚିତ ହୋଇଥିବା ଜଣା ପଡିଛି । ବିଦ୍ୟୁତ୍ ସଂଯୋଗ ପାଇଁ ନୟାଗଡ ଗ୍ରାମ୍ୟ ଜଳ ଯୋଗାଣ ଡିଭିଜନ୍ ତରଫରୁ ତା.୧୩.୦୭.୨୦୨୦ରିଖରେ ଚିଠି ନଂ-୧୯୦୩ ରେ ଚାର୍ଜିଂ ଆଦେଶ ଦେବାପାଇଁ ଚିଠି ଲେଖାଯାଇଛି । କିନ୍ତୁ ଏଯାଏଁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ ।

ଏ ସମ୍ପର୍କେ ଟାଙ୍ଗୀ ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ ବିଭୁତି ଭୁଷଣ ଶ୍ରୀ ଚନ୍ଦନ ଓ ରଣପୁର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ବିକାଶ ସେନାପତିଙ୍କ ସହ ଯୋଗା ଯୋଗ କରିବା ପରେ କହିଛନ୍ତି ଯେ କାର୍ଯ୍ୟ କରିଥିବା ବିଦ୍ୟୁତ୍ ଠିକାଦାର ଏଯାଏଁ କମ୍ପ୍ଲାଏନ୍ସ ସାର୍ଟିଫିକେଟ ଦାଖଲ କରିନାହାନ୍ତି । ସେ ଦାଖଲ କଲେ ଆମ୍ଭେ ବିଦ୍ୟୁତ୍ ସଂଯୋଗ କରିଦେବୁ । ଏ ସମ୍ପର୍କେ ଠିକାଦାର ବିରେନ୍ଦ୍ର କୁମାର ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ବହୁ ପୁର୍ବରୁ କମ୍ପ୍ଲାଏନ୍ସ ସାର୍ଟିଫିକେଟ ଦାଖଲ ହୋଇଅଛି । ଯଦି ବିଦ୍ୟୁତ୍ ବିଭାଗ ପୁଣି ନୁଆକରି ଏକ କମ୍ପ୍ଲାଏନ୍ସ ସାର୍ଟିଫିକେଟ ଖୋଜୁଛନ୍ତି ତାହେଲେ ଆମ୍ଭେ ଦାଖଲ କରିବାର ବ୍ୟବସ୍ଥା କରୁଅଛୁ । ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ତାଳମେଳ ରହୁନଥିବା ବେଳେ ସାଧାରଣ ଲୋକେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.