Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମଙ୍କୁ ମିଳିଲା ୨୩ ମାସର ବକେୟା ଭତ୍ତା

ଭିନ୍ନକ୍ଷମଙ୍କୁ ମିଳିଲା ୨୩ ମାସର ବକେୟା ଭତ୍ତା

106

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ରଣଜିତ ପଞ୍ଚାୟତ ସିମୁଳିଆ ଗ୍ରାମର ଭିନ୍ନକ୍ଷମ କାର୍ତ୍ତିକ ବାରିକଙ୍କୁ ବିଡିଓ ବିଜୟ କୁମାର ସାହୁ ୨୩ ମାସର ବକେୟା ଭିନ୍ନକ୍ଷମ ଭତ୍ତା ଶନିବାର ପ୍ରଦାନ କରିଛନ୍ତି । ସିମୁଳିଆ ଗ୍ରାମର ପରୋପକାରୀ ସମାଜସେବୀ ସୁଦର୍ଶନ ରାଉତଙ୍କ ଉଦ୍ୟମ କ୍ରମେ ବିଡିଓ ଶ୍ରୀ ସାହୁ ଛତା ପାଇଁ ଅତିରିକ୍ତ ତିନି ଶହ ଟଙ୍କା ସହ ୧୨,୮୦୦ଟଙ୍କା ଭତ୍ତା ପ୍ରଦାନ କରିଛନ୍ତି । କାର୍ତ୍ତିକଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ନବୀକରଣ ହୋଇନଥିବା କାରଣରୁ ଭତ୍ତା ବନ୍ଦ କରିଦିଆଯାଇଥିଲା । ନଦୀକରଣ ହେବାର ନଅମାସ ବିତିଯାଇଥିଲା । ମାତ୍ର ଭତ୍ତା ପ୍ରଦାନ କରାଯିବାକୁ ବ୍ଲକ ପକ୍ଷରୁ ବିଡିଓଙ୍କ ନିର୍ଦ୍ଦେଶ ସତ୍ତେବ ଟାଳଟୁଳ ନୀତି ଗ୍ରହଣ କରାଯାଇଥିଲା । ଭତ୍ତା ବିତରଣ ଦାଇତ୍ୱରେ ଥିବା ବ୍ଲକ ମିଶନଶକ୍ତି ସଂଯୋଜିକା ସୀମାରାଣୀ ପଣ୍ଡା ଉଦ୍ଦେଶ୍ୟମୂଳକ ଭାବେ ଭତ୍ତା ପ୍ରଦାନ ନକରି ହଇରାଣ ହରକତ କରିଥିଲେ । ସମାଜସେବୀ ଶ୍ରୀ ରାଉତ ଏଥିନେଇ ପ୍ରତିବାଦ କରିବା ପରେ ଭତ୍ତା ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.