Home ଜିଲ୍ଲା ପରିକ୍ରମା ଭିଡିଓ ବାର୍ତ୍ତାରେ ୩ଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ଭିଡିଓ ବାର୍ତ୍ତାରେ ୩ଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

84

ଭଦ୍ରକ, ୨୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚକ୍ରମାଗତ ଗତ ୫ଦିନ ଧରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପୁଥିବାରୁ ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଠିକ ଏହି ସମୟରେ ଭଦ୍ରକ ଜିଲ୍ଲାପାଳ ଡଃ ଜ୍ଞାନ ଦାସ ଏକ ଭିଡିଓ ବାର୍ତ୍ତା ଜରିଆରେ ଜିଲ୍ଲବ।।ସୀ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି। ପ୍ରଶାସନ ଏବେ ୩ଟି(ଟ୍ରାକିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ) ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଅଧିକରୁ ଅଧିକ ଟେଷ୍ଟିଂ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ଅର୍ଥାତ୍ ଜୁଲାଇ ମାସରେ ଦୈନିକ ୪ଶହ ସ୍ୱାବ୍ ଟେଷ୍ଟ ହେଉଥିବାବେଳେ, ବର୍ତ୍ତମାନ ଏହା ୧୭ଶହରୁ ଉର୍ଦ୍ଧ୍ୱ ହୋଇଛି। ଆଗରୁ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ପରିଶ୍ରମ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଥିବାରୁ ଲୋକମାନେ ସ୍ୱେଛାକୃତ ଭାବେ ପରୀକ୍ଷା ପାଇଁ ଆଗେଇ ଆସୁଛନ୍ତି। ଲୋକମାନଙ୍କ ଆଗ୍ରହକୁ ଦେଖି ବ୍ୟାପକ ମାତ୍ରାରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଗୋଷ୍ଠି, ପ୍ରାଥମିକ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ ଜରିଆରେ ମଧ୍ୟ ପରୀକ୍ଷା ଚାଲିଛି। ଲକ୍ଷଣବିହୀନ ଆକ୍ରାନ୍ତମାନେ ଚାହିଁଲେ ଘରେ ରହି ଚିକିତ୍ସିତ ହୋଇ ପାରିବେ ଯାହାକି ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସହାୟକ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଆମକୁ କରୋନା ଚେନକୁ ଭାଙ୍ଗିବାକୁ ପଡ଼ିବ। ଏହା ସମ୍ପୂର୍ଣ୍ଣ ଭାବେ ଆମମାନଙ୍କ ଉପରେ ନିର୍ଭର କରେ। ଜିଲ୍ଲାର ବୟସ୍କ ଓ ଛୋଟ ପିଲାମାନେ ବିଶେଷ ଭାବେ ଆକ୍ରାନ୍ତ ହେଉ ନାହାନ୍ତି। ବରଂ ଯୁବବର୍ଗ ଅଧିକ ମାତ୍ରାରେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। କାରଣ ସେମାନେ ବିଭିନ୍ନ ସ୍ଥାନରେ ବୁଲୁଛନ୍ତି ଓ ନିୟମକୁ ଠିକ ଭାବରେ ମାନୁ ନାହାନ୍ତି। ତେଣୁ କରୋନା ଚେନକୁ ଭାଙ୍ଗିବାକୁ ହେଲେ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅତି ଆବଶ୍ୟକ ନପଡ଼ିଲେ ବାହାରକୁ ନଯିବା ସହ ସାମଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପରିଧାନକୁ ପ୍ରାଥମିକତା ଦେବାକୁ ଡ- ଦାସ ଏହି ଭିଡିଓ ବାର୍ତ୍ତାରେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.