Home ଜିଲ୍ଲା ପରିକ୍ରମା ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ, ୧୦ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ, ୧୦ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ

31

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ମାତ୍ର ଜଣେ କନିଷ୍ଠଯନ୍ତ୍ରୀ । ୧୦ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ରେଡହ୍ୟାଣ୍ଡରେ ମାଡି ବସିଲା ଭିଜିଲାନ୍ସ ଟିମ । ଏମିତି ଘଟଣା ବାସୁଦେବପୁର ପଂଚାୟତ ସମିତି ଅଧିନ ବ୍ରାହ୍ଣଣଗାଁ ପଂଚାୟତର ଘଟଣା ବୋଲି ଜାଣିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ପଂଚାୟତ ସମିତିରେ କନିଷ୍ଠଯନ୍ତ୍ରୀ ଭାବରେ ଅଶୋକକୁମାର ଦାସ ବ୍ରାହ୍ମଣଗାଁ ପଂଚାୟତ ଦାୟିତ୍ୱରେ ରହିଥିଲେ । କେତେଗୋଟି ପଂଚାୟତ ଗୁଡିକରେ ପୁରୁଣା କାମକୁ ଦେଖାଇ ବିଲ କରାଇଦେବା, ଆବାସ ଯୋଜନାରେ ବ୍ୟାପକ ଘୋଟାଲାକୁ ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିବା ବେଳେ ମନରେଗା ଯୋଜନା ପଂଚାୟତ ସମିତିରେ ବ୍ୟାପକ ଜାଲିଆତି ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏହିକ୍ରମରେ ପୋଖରୀ ପୁନଃରୁଦ୍ଧାର ଓ ମାର୍କେଟ କଂପ୍ଲେକ୍ସ ବିଲ କରାଇଦେବାକୁ କହି ନିୟୁଇଣ୍ଡିଆସାହିଠାରେ ଥିବା ଭଡା ଘରେ ଚାଲିଥିଲା ଡିଲ । ଏହି କ୍ରମରେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ପୁର୍ବ ଯୋଜନା ମୁତାବକ ସେଠାରେ ଛକିବସିଥିବା ଭିଜିଲାନ୍ସ ଟିମ ମାଡି ବସିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.