Home Top News ଭାଲୁ ଆକ୍ରମଣରେ ବିଧବା ମହିଳାଙ୍କ ମୃତ୍ୟୁ

ଭାଲୁ ଆକ୍ରମଣରେ ବିଧବା ମହିଳାଙ୍କ ମୃତ୍ୟୁ

69

କୋରାପୁଟ : ୬/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ଗ୍ରାମପଞ୍ଚାୟତର ଦୁରିଆଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିଧବାମହିଳା ପାହାଡ଼ରେ ବାଉଁଶ ଗଜା (କୋରଡ଼ି) ସଂଗ୍ରହ କରୁଥିବା ବେଳେ ଭାଲୁ ଆକ୍ରମଣରେ ଶିକାର ହୋଇ। ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ଦୁରିଆଗୁଡ଼ା ଗାଁ ର ଦଇମତି ପାଇକ (୫୩) ବୋଲି ଜଣାପଡିଛି। ଗ୍ରାମବାସୀଙ୍କ କହିବାନୁଯାୟୀ ଦଇମତିଙ୍କ ସ୍ୱାମୀ ଘେନୁ ୬ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ ଓ ତାଙ୍କର ତିନିଟି ଝିଅ ବିବାହ କରି ଚାଲିଯିବା ପରେ ମୃତ ଦଇମତି ଘରେ ଏକୁଟିଆ ରହୁଥିଲେ ଓ କଷ୍ଟେ ମଷ୍ଟେ ଚାଲିଯାଉଥିଲେ। ଦୁର୍ଦ୍ଦିନରେ ସେ ଦିନ କାଟୁଥିଲେ। ସବୁଦିନ ବଳି ଗାଁ ନିକଟସ୍ଥ ପାହାଡ଼କୁ କରଡ଼ି ଆଣିବା ପାଇଁ ଅପରାହ୍ନରେ ଯାଇ ଭାଲୁ ହାବୁଡ଼ରେ ପଡ଼ି ଭାଲୁ କାମୁଡ଼ାରେ ମୃତ୍ୟୁ ବରଣ କରିଛନ୍ତି।

ଦଇମତି ଜଙ୍ଗଲକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ପେରିନଥିଲେ। ସମ୍ପର୍କୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ସକାଳୁ ଗାଁ ର ଜଣେ ବ୍ୟକ୍ତି ଜଙ୍ଗଲରେ ଦଇମତିଙ୍କ ମୃତ ଦେହ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖି ସମ୍ପର୍କୀୟଙ୍କୁ ଜଣାଇଥିଲେ।

ସମ୍ପର୍କୀୟମାନେ ସରପଞ୍ଚଙ୍କୁ ଖବର ଦେଇଥିବା ବେଳେ ସରପଞ୍ଚଙ୍କ ସ୍ୱାମୀ ଚୈତନ ଭୋଇ କୋରାପୁଟ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ। ମୃତ ଦେହକୁ ପାହାଡ଼ ଉପରୁ ବୋହି ଆଣିଥିଲେ। ଏପରି ଦୁଃଖଦାୟକ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଗ୍ରାମବାସୀ ନିରାଶ୍ରୟ ପରିବାରଙ୍କୁ ସରକାର ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି। ବନ ବିଭାଗର କର୍ମଚାରୀ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ପଠାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.