Home ଜିଲ୍ଲା ପରିକ୍ରମା ଭାରିଯାନ ଯୋଗୁଁ ଆଳମଙ୍ଗା ଗ୍ରାମ୍ୟ ରାସ୍ତା ବେହାଲ

ଭାରିଯାନ ଯୋଗୁଁ ଆଳମଙ୍ଗା ଗ୍ରାମ୍ୟ ରାସ୍ତା ବେହାଲ

99

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ସେଣ୍ଢତିରା ପଞ୍ଚାୟତ ପଳସା-ସେଣ୍ଡତିରା ଗ୍ରାମ ଉନ୍ନୟନ ରାସ୍ତାର ମୁକ୍ତାଙ୍କ ବଜାରରୁ ଆଳମଙ୍ଗା ଗ୍ରାମଙ୍କୁ ଗ୍ରାମ୍ୟରାସ୍ତା ଲମ୍ବିଛି । ଏହି ରାସ୍ତା ଉପରେ ୫୦୦ରୁ ଉର୍ଦ୍ଧ୍ୱ ଲୋକ ଦୈନିକ ଯାତାୟତ କରିଥାନ୍ତି । ତେବେ ଏହି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡ଼ିବାରୁ ସେଣ୍ଡତିରା ପଞ୍ଚାୟତ ତରଫରୁ ଏହାର ମରାମତି କାର୍ଯ୍ୟ ହାତକୁ ନିଆଯାଇଛି । ମୁକ୍ତାଙ୍କ ବଜାର ଠାରୁ ଆଳମଙ୍ଗା ଗ୍ରାମ ବଡ଼ସାହି ଓ ଯେନାସାହି ପର୍ଯ୍ୟନ୍ତ ରାସ୍ତାଟିର ଲମ୍ବ ୬୦୦ ମିଟର ଅଟେ । ବଡ଼ସାହିଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କଂକ୍ରିଟ ହୋଇଥିବା ବେଳେ ସେଠାରୁ ମୁକ୍ତାଙ୍କ ବଜାର ପର୍ଯ୍ୟନ୍ତ ୩୦୦ ମିଟର ରାସ୍ତାର ଅବସ୍ଥା ବେହାଲ ହୋଇ ପଡ଼ିଛି । ଯଦ୍ୱାରା ଆଳମଙ୍ଗା ଗ୍ରାମରୁ ଆସୁଥିବା ଲୋକେ ହନୁମାନ ମନ୍ଦିର ଠାରୁ ମୁଖ୍ୟ ରାସ୍ତ।।କୁ ଯିବା ପାଇଁ ହଇରାଣ ହରକତ ହେଉଛନ୍ତି । ଖବର ନେବାରୁ ଜଣାଯାଇଛି ଯେ, ହନୁମାନ ମନ୍ଦିର ନିକଟରେ ମା ମନ୍ତ୍ର ବାସୁଳୀ ସ୍ୱୟଂ ସାହାୟିକା ଗୋଷ୍ଠୀର ଛତୁଆ କାରଖାନା ରହିଛି ଯାହାକି ସାରା ବ୍ଲକ କୁ ଯୋଗାଇ ଥାଏ । ଏହି ଗୋଷ୍ଠୀକେନ୍ଦ୍ରର କାରଖାନା ନିକଟକୁ ୧୫ ଟନ ଓଜନର ମାଲ ପରିବହନ କରି ଭାରୀଯାନ ଚଳାଚଳ କରିବା ଦ୍ୱାରା ରାସ୍ତାଟି ବାରମ୍ବାର ନଷ୍ଟ ହୋଇଯାଉଛି । ପଞ୍ଚାୟତ ରାସ୍ତାର ମାନ ଅନୁଯାୟୀ ଭାରୀଯାନ ଚଳାଚଳ କରିବା ଯୋଗୁଁ ରାସ୍ତାଟି ନଷ୍ଟ ହୋଇଯାଉଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେଣୁ ଏହାର ସ୍ଥାୟୀ ପ୍ରତିକାରେ କରା ନଯାଇ କଦବା କେମିତି ସଂଘ ତରଫରୁ ରାସ୍ତାରେ ପାଉଁଶ ପକାଯାଇ କାମଚଳା କରାଯାଉଥିଲେ ବି ବର୍ଷାଦିନ ମାନଙ୍କରେ ରାସ୍ତାଟି ସମ୍ପୂର୍ଣ୍ଣ ଯାତାୟତ ଅନୁପଯୋଗୀ ହୋଇ ପଡ଼ୁଛି । ତେଣୁ ଭାରୀଯାନ ଚଳାଚଳ କରିବା ଭଳି ମାନରେ ଏହି ପଞ୍ଚାୟତ ରାସ୍ତାଟିକୁ ନିର୍ମାଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ତେବେ ଏନେଇ ସେଣ୍ଢତିରା ସରପଞ୍ଚ ପ୍ରେମଲତା ନାୟକଙ୍କୁ ପଚାରାଯାଇଥିବା ବେଳେ ସେ କହନ୍ତି, ସେ ସଂପୃକ୍ତ ରାସ୍ତା ବିଷୟରେ ଅବଗତ ଅଛନ୍ତି । ମୁକ୍ତାଙ୍କ ବଜାରଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଚଉଡ଼ା ୧୫ ଫୁଟ ରହିଛି । ମାତ୍ର ପଞ୍ଚାୟତ ତରଫରୁ ଏହାକୁ ନିର୍ମାଣ କଲେ ୧୦ ଫୁଟ ଓସାରର ରାସ୍ତା କଂକ୍ରିଟ ହୋଇ ପାରିବ । ତେବେ ସେହି ରାସ୍ତାରେ ଭାରୀଯାନ ଚଳାଚଳ କରୁଥିବାରୁ ୧୫ଫୁଟ ଓସାର ରାସ୍ତାର ଆବଶ୍ୟକତା ରହିଛି, ତେଣୁ ଏହା ନିର୍ମାଣ ହୋଇପାରୁ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.