Home ଓଡ଼ିଶା ଭାରସ୍ୟାମ ହରାଇଲା ୟୁନିଭରସିଟି ବସ:ଅଟୋକୁ ଚାପି ଦେଲା,ଜଣେ ମୃତ

ଭାରସ୍ୟାମ ହରାଇଲା ୟୁନିଭରସିଟି ବସ:ଅଟୋକୁ ଚାପି ଦେଲା,ଜଣେ ମୃତ

93

ବ୍ରହ୍ମପୁର;୧୭,୦୩,୨୦୧୮(ଦେବଦତ୍ତ ରଥ): ବ୍ରହ୍ମପୁର ୟୁନିଭରସିଟିର ଏକ ବସ ଆଜି ଭାରସ୍ୟାମ ହରାଇ ଦୁର୍ଘଟଣା ଗସ୍ତ ହୋଇଛି।ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଓଆର ୦୨ ପି ୨୧୪୨ ନମ୍ବର ୟୁନିଭରସିଟି ବସଟି ଗୋଟେ ସିଫ୍ଟ ସାରି ଫେରୁଥିବା ସମୟରେ ମାଣ୍ଡିଆପଲି ପଟ ୟୁନିଭରସିଟି ମୁଖ୍ୟ ଗେଟ ସମ୍ମୁଖ ମୋନାର୍କ ଛକ ନିକଟରେ ଭାରସ୍ୟାମ ହରାଇଥିଲା।ବସଟି ଅଣାୟତ ହୋଇ ଗଛ ସମେତ ନିକଟରେ ଥିବା ଏକ ଅଟୋକୁ ଧକ୍କା ଦେଇଥିଲା।ଏବଂ ଏହି ସମୟରେ ସେଠାରେ ଥିବା ଏକ ଦୋକାନକୁ ସାଇକେଲରେ ଆସିଥିବା କୃଷ୍ଣଚନ୍ଦ୍ର ବେହେରାଙ୍କୁ ମଧ୍ୟ ବସଟି ଧକ୍କା ଦେଇଥିଲା।ଏଥିରେ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।କୃଷ୍ଣଚନ୍ଦ୍ର ବ୍ରହ୍ମପୁର ୟୁନିଭରସିଟିରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାମ କରୁଥିଲେ।ଦୁର୍ଘଟଣାରେ ନିକଟସ୍ଥ ଜଣେ ସ୍କୁଲ ଛାତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।ପୁଲିସ୍ ବସଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.