Home ଓଡ଼ିଶା ଭାରସାମ୍ୟ ହରାଇ ପୋଲ ତଳ ନଦୀକୁ ଖସିପଡିଲା କାର,୫ଜଣ ଆହତ

ଭାରସାମ୍ୟ ହରାଇ ପୋଲ ତଳ ନଦୀକୁ ଖସିପଡିଲା କାର,୫ଜଣ ଆହତ

63

ମାଲକାନଗିରି,୨୪ ।୬ (ଓଡିଆ ପୁଅ ) ଜୟପୁର ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ମାଥିଲି ଥାନାସ୍ଥ ପାଙ୍ଗାମ ପୋଲ ନିକଟରେ ଭାରସାମ୍ୟହରାଇ ପୋଲ ତଳ ନଦୀକୁ ଖସିପଡି ୫ଜଣ ଆହତ ହୋଇଛନ୍ତି । ନଦୀରେ ଗାଧୋଉଥିବା ପାଙ୍ଗାମ ଅଚଂଳର କିଛି ଯୁବକ କାରମଧ୍ୟରୁ ୫ଜଣଙ୍କୁ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ମାଥିଲି ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ମାଲକାନଗରି ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ମାନେ ସମସ୍ତେ ବିପଦ ମୁକ୍ତ ଅଛନ୍ତି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସୁଚନା ଯୋଗ୍ୟ ଯେ ଭୁବନେଶ୍ୱର ଠାରୁ ଓଡି ୧୫ବି ୧୧୫୫ ନମ୍ବର ସିଷ୍ଟକାର ରେ ମଧୁସୁଦନ ସତପଥି(୪୨),ବନଜିନୀ ଦେବି (୩୬),ଶ୍ରୀଆସିିଂ ସତପଥୀ(୬),ଶିବାନୀ ସତପଥି(୩) ଡ୍ରାଇଭର ଙ୍କ ସହିତ ମାଲକାନଗିରି କୁ ଆସୁଥିଲେ । ଡ୍ରାଇଭରର ଆଖି ପଡିଯିବାରୁ ଆଜି ସକାଳ ୭ଟା ସମୟରେ ମାଥିଲି ଥାନାସ୍ଥ ପାଙ୍ଗାମ ନଦୀ ପୋଲ ନିକଟରେ ଭାର ସାମ୍ୟହରାଇ କାରଟି ପୋଲତଳ ପାଣିକୁ ଖସିପଡିଥିଲା । ଭାଗ୍ୟବସତ ସେହି ନଦୀରେ ପାଙ୍ଗାମ ଅଚଂଳର କିଛି ଯୁବକ ଗାଧୋଉଥିଲେ । କାରଟି ନଦୀରେ ଖସିପଡିବା ଦେଖି ସେମାନେ ସଙ୍ଗେ ସଙ୍ଗେ କାର ମଧ୍ୟରେ ଫସିରହିଥିବା ୫ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗରି ଜିଲ୍ଲାହସପିଟାଲକୁ ଡାକ୍ତର ସ୍ଥାନାନ୍ତରିତ କରିଦେଇଛନ୍ତି । ଆହତ ହୋଇଥିବା ୫ଜଣ ଯାକ ବିପଦ ମୁକ୍ତ ସେମାନେ ସୁସ୍ଥ ଅଛନ୍ତି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ବନଜିନୀ ଦେବି ମାଲକାନଗରି ସ୍ୱାସ୍ଥ୍ୟ ବିଭାଗରେ ନୂତନ ଷ୍ଟାପନର୍ସ ଭାବେ କାର୍ଯ୍ୟରେ ଯୋଗ ଦେବା ପାଇଁ ଛୁଆ ପିଲା ସହିତ କାର ରେ ମାଲକାନଗରି କୁ ଆସୁଥିବାର ଜଣାପଡିଛି । ଘଟଣାସ୍ଥଳରେ ମାଥିଲି ପୁଲିସ ପହଁଚି କ୍ରେନ ସହାଯ୍ୟରେ ନଦୀ ନଦୀରେ ଖସିପଡିଥିବା କାରଟିକୁ ପାଣିରୁ ଉଦ୍ଧାର କରି ଏକ କେସରୁଜୁ କରି ତଦନ୍ତ ଜାରିରଖିଛନ୍ତି । ସୁଚନା ଯୋଗ୍ୟ ଯେ ପାଙ୍ଗାମ ପୋଲର ଦୁଇପାଶ୍ୱର୍ରେ ବାଢା ନଥିବାରୁ ସେହି ପୋଲଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.