Home ଆନ୍ତର୍ଜାତୀୟ ଭାରତ ସହ ସଂପର୍କ ଭାଙ୍ଗିଲା ପାକିସ୍ତାନ

ଭାରତ ସହ ସଂପର୍କ ଭାଙ୍ଗିଲା ପାକିସ୍ତାନ

762

ନୂଆଦିଲ୍ଲୀ, ୦୭/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ୩୭୦ ଧାରା ଉଛେଦ ପରେ ଭାରତ ସହ ସଂପର୍କ ଛିନ୍ନ କଲା ପାକିସ୍ତାନ। ପାକିସ୍ତାନରେ ଅବସ୍ଥାପିତ ଭାରତର ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କ ଛିନ୍ନ କରିଛି। ଜମ୍ମୁ-କାଶ୍ମୀର ସଂପର୍କିତ ଭାରତର ଘୋଷଣା ପରେ ପାକିସ୍ତାନର ଟେନ୍‌ସନ୍‌ବଢି ଚାଲିଛି।

ଗତକାଲି ପାକିସ୍ତାନ ସଂସଦର ମିଳିତ ଅଧିବେଶନ ଡାକିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଏହି ଅଧିବେଶରେ ଭାରତକୁ ପ୍ରଛନ୍ନ ଧମକ ଦେଇଥିଲେ। ପୁଲଓ୍ଵାମା ଭଳି ଆଉ ଏକ ଘଟଣା ଘଟିବ ବୋଲି କହିଥିଲେ। ଆଜି ଜାତୀୟ ସୁରକ୍ଷା କମିଟି ସହ ବୈଠକ ପରେ ପାକିସ୍ତାନ ଭାରତ ସହ ଦ୍ୱିପାକ୍ଷିକ ସଂପର୍କ ଛିନ୍ନ କରିଛି। ପାଞ୍ଚଟି ପ୍ରସଙ୍ଗରେ ନିଷ୍ପତ୍ତି ନେଇଛ ପାକିସ୍ତାନ।

ଭାରତ ସହ କୁଟନୈତିକ ସଂପର୍କ ଛିନ୍ନ, ଦ୍ୱିପାକ୍ଷିକ ବାଣିଜ୍ୟ କାରବାର, ଦ୍ୱିପାକ୍ଷିକ ସମୀକ୍ଷା ଆୟୋଜନ, ଜାତିସଂଘ ଏବଂ ସୁରକ୍ଷା ପରିଷଦରେ ପ୍ରସଙ୍ଗ ଉତ୍‌ଥାପନ ଏବଂ କାଶ୍ମୀରବାସୀଙ୍କୁ ଅନୁଧ୍ୟାନ। ୩୭୦ ଧାରା ଉଛେଦ ଏବଂ ଜମ୍ମୁ -କାଶ୍ମୀକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବାକୁ ପାକିସ୍ତାନ ଘୋର ବିରୋଧ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.